କନକ ବ୍ୟୁରୋ: ମାଟିର ମଣିଷର ମୃତ୍ୟୁ । ପରଲୋକରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ ଏସ ସ୍ୱାମୀନାଥନ । ଏହି ବିଶିଷ୍ଟ ବୈଜ୍ଞାନିକ ଦେଶର ସବୁଜ କ୍ରାନ୍ତିର ପୁରୋଧା ଥିଲେ । ତାଙ୍କ ଅବର୍ତମାନରେ ରାଷ୍ଟ୍ରୁପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ମନକୋମ୍ବୁ ସମ୍ବାସିଭନ ସ୍ୱାମୀନାଥନ ବା ଏମ ଏସ ସ୍ୱାମୀନାଥନଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପରାଧୀନ ଭାରତରେ ଜନ୍ମିତ ଏହି ଯୁଗଜନ୍ମା ଦେଶର ସବୁଜ କ୍ରାନ୍ତି ବିପ୍ଲବର ପୁରୋଧା ଥିଲେ । ସବୁଜ ବିପ୍ଳବ ମାଧ୍ୟମରେ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ ହେବାରେ ସ୍ୱାମୀନାଥନ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଧାନର ଏଭଳି କିସମ ପ୍ରସ୍ତୁତ କରିଥିଲେ, ଯାହାଦ୍ୱାରା ଦେଶର କମ୍ ଆୟ କରୁଥିବା ଚାଷୀ ଅଧିକ ଅମଳ କରିବା ସହ ଭଲ ଆୟ କରିବାରେ ସକ୍ଷମ ହୋଇଥିଲେ । କୃଷି ବୈଜ୍ଞାନିକ ସ୍ୱାମୀନାଥନଙ୍କ ଗବେଷଣା ହେତୁ କୃଷକଙ୍କ ଉତ୍ପାଦନ ବୃଦ୍ଧି ପାଇଛି । କେବଳ କୃଷକଙ୍କ କଲ୍ୟାଣ ପାଇଁ କାମ କରିନାହାଁନ୍ତି ବରଂ ସେ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହା ଆଜି ବି ରାଜନୀତିର ଏକ ପ୍ରସଙ୍ଗ ପାଲଟେ । ଯାହା ସ୍ୱାମୀନାଥନ ରିପୋର୍ଟ ଭାବରେ ଜଣାଶୁଣା ।
ଏମଏସ ସ୍ୱାମୀନାଥନଙ୍କ ବାପାଙ୍କର ମୃତ୍ୟୁ ହୋଇ ସାରିଥିଲା । ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା ଯେ ସ୍ୱାମୀନାଥନ ମେଡିକାଲ ପଢିବା ଉଚିତ୍ । ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱାମୀନାଥନ ମେଡିକାଲ ପଢିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ, ୧୯୪୩ ମସିହାରେ ପଶ୍ଚିମବଙ୍ଗରେ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଇଥିଲା । ଏହି ଦୁର୍ଭିକ୍ଷ ସମୟରେ ରାସ୍ତାରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଅନାହାରର ଏହି ଦୃଶ୍ୟ ସ୍ୱାମୀନାଥନଙ୍କ ମନରେ ଗୋଟିଏ ବଡ ପରିବର୍ତନ ଆଣିଥିଲା । ଦେଶରେ ଦୁର୍ଭିକ୍ଷର ଅନ୍ତ ଘଟାଇବା ପାଇଁ ସେ କୃଷି କଲେଜରେ ଆଡମିଶନ ନେଇଥିଲେ । ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ସ୍ନାତକୋତର ଡିଗ୍ରୀ ପାଇବା ପରେ ସେ ୟୁପିଏସସି ପରୀକ୍ଷା ଦେଇ ମନୋନୀତ ହୋଇଥିଲେ । ତାଙ୍କୁ ଆଇପିଏସ୍ ଭାବରେ ମନୋନୀତ କରାଯାଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ ସେ ୟୁନେସ୍କୋର କୃଷି ଅନୁସନ୍ଧାନ ଫେଲୋସିପ୍ ପାଇଲେ । ଏହି ସମୟ ମଧ୍ୟରେ, ସେ ଦୁର୍ଭିକ୍ଷର ଅନ୍ତ ଘଟାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଏବଂ ଆଇପିଏସ୍ ଚାକିରି ଛାଡି ଚାଷ କାର୍ଯ୍ୟରେ ମନୋନିବେଶ କରିଥିଲେ ।
ରାଜନୈତିକ ମୁଦ୍ଦା ପାଲଟେ ସ୍ୱାମୀନାଥନଙ୍କ ରିପୋର୍ଟ
କୃଷି ଓ କୃଷକଙ୍କ ପାଇଁ ଚିନ୍ତା କରୁଥିଲେ ସ୍ୱାମୀନାଥନ
ଅନେକ ଥର ସ୍ୱାମୀନାଥନ ଆୟୋଗର ରିପୋର୍ଟକୁ ରାଜନୈତିକ ଦଳମାନେ ପ୍ରସଙ୍ଗ କରି ରାଜନୀତି କରନ୍ତି । ଯାହାକୁ ତିଆରି କରିବାକୁ ୧୮ ନଭେମ୍ବର ୨୦୦୪ ରେ କେନ୍ଦ୍ରରେ ଥିବା ତକ୍ରାଳୀନ ୟୁପିଏ ସରକାର ସ୍ୱାମୀନାଥନ କମିଶନ ଗଠନ କରିଥିଲେ । ଏହି କମିଶନ କେନ୍ଦ୍ର ସରକାରଙ୍କୁ କିଛି ସୁପାରିଶ କରିଛନ୍ତି, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।