କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୨୫୦ରୁ ଅଧିକ ଆସନରେ ଆଗୁଆ ରହିଛି । ଆଉ ଏହାସହ ପୁଣିଥରେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଢିବା ନେଇ ଆଶା ସଞ୍ଚାର ହୋଇଛି । ତେବେ ଫାଇନାଲ ଫଳାଫଳ ଏଯାବତ୍ ଆସିନଥିବା ବେଳେ ଟ୍ରେଣ୍ଡରେ କିନ୍ତୁ ମ୍ୟାଜିକ ନମ୍ବର ପାର କରି ସାରିଲାଣି ବିଜେପି । ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ପୁଣିଥରେ କ୍ଷମତା ଦଖଲ ଆଡକୁ ପାଦ ବଢାଉଥିବା ବେଳେ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଝଟକା ଲାଗିଛି ।

Advertisment

ପ୍ରାରମ୍ଭିକ ଟ୍ରେଣ୍ଡରେ ଫାଜିଲନଗର ଆସନରୁ ନିର୍ବାଚନ ଲଢୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯଥେଷ୍ଟ ପଛରେ ରହିଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶୱାହାଙ୍କ ଠାରୁ ସ୍ୱାମୀ ପ୍ରସାଦ ୧୧ ହଜାର ଭୋଟରେ ପଛରେ ଥିବା ସୂଚନା ମିଳିଛି । ଏତେ ଭୋଟ ବ୍ୟବଧାନକୁ ଡେଇଁ  ପୁଣିଥରେ କମବ୍ୟାକ୍ କରିବା ଏବେ ସ୍ୱାମୀ ପ୍ରସାଦଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଜେପି ଛାଡି ଅଖିଳେଶଙ୍କ ହାତ ଧରିବା ପରେ ଫାଜିଲନଗରରୁ ପ୍ରାର୍ଥୀ ହୋଇଥିଲେ ସ୍ୱାମୀ ପ୍ରସାଦ । ଏହାସହ ବିଜେପିକୁ ମଧ୍ୟ କଡା ଟାର୍ଗେଟ କରିଥିଲେ । ଯେଉଁଥିପାଇଁ ଏହି ଆସନ ଉପରେ ସମସ୍ତଙ୍କର ନଜର ରହିଥିଲା ।