କରୋନା ସଚେତନତା: ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଗତକାଲି ଦିଲ୍ଲୀରୁ ଫେରି ଗୋବର୍ଦ୍ଧନ ମଠରେ ପହଁଚିଥିଲେ ଶଙ୍କରାଚାର୍ଯ୍ୟ ।

1,266

କନକ ବ୍ୟୁରୋ: ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ସୂଚନା ମୁତାବକ ଗତକାଲି ରାତିରେ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ମଠରେ ନିଜର ୧୪ ଜଣ ଶିଷ୍ୟ ଓ ପରିକରଙ୍କ ସହ ପହଁଚିଥିଲେ । ଏହାପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି ।

ସୂଚନା ମୁତାବକ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଅନ୍ୟମାନେ ମଧ୍ୟ ସୁସ୍ଥ ଅଛନ୍ତି । ପୂଜ୍ୟ ଶଙ୍କରାଚାର୍ଯ୍ୟ ସୋମବାର ସଂଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ତେବେ କରୋନା ମୁକାବିଲା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ନିଷ୍ପତି ଏବଂ ଆହ୍ୱାନ ଦେଉଛନ୍ତି ତାହାକୁ ସହୃଦୟତାର ସହ ଗ୍ରହଣ କରି ନିଜକୁ ହୋମ କ୍ୱାରେଣ୍ଟିନରେ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଆଉ ମାନବ ଜାତିକୁ ମଧ୍ୟ ସଚେତନ ହେବାକୁ ବାର୍ତ୍ତା ଦେଇଛନ୍ତି ।