ଗିରଫ ହେଲେ ସ୍ୱାମୀ ଚିନ୍ମୟାନନ୍ଦ । ଯୌନଶୋଷଣା ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ବାନ୍ଧିଲା ୟୁପିର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍

454

କନକ ବ୍ୟୁରୋ: ଶାହାଜାହାନପୁର ଯୌନଶୋଷଣ ମାମଲାରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ୟୁପିର ସ୍ପେଶାଲ ସ୍କୁଆଡର ତଦନ୍ତକାରୀ ଟିମ୍ ଆଜି ତାଙ୍କୁ ଗିରଫ କରିଛି । ଗିରଫଦାରୀ ପରେ ଏସଆଇଟି ତାଙ୍କର ମେଡିକାଲ ପରୀକ୍ଷା କରାଇବ । ସେଥିପାଇଁ ତାଙ୍କୁ ପ୍ରଥମେ ମେଡିକାଲ ନିଆଯାଇଛି । ସେପଟେ ଚିନ୍ମୟାନନ୍ଦଙ୍କ ଗିରଫଦାରୀ ପରେ ଶାହାଜାହାନପୁର ଜିଲ୍ଲା ମେଡିକାଲରେ ସୁରକ୍ଷାକୁ ବଢାଇ ଦିଆଯାଇଛି । କାରଣ ଗିରଫଦାରୀ ପରେ ଏହି ଠାରେ ହେବ ଚିନ୍ମୟାନନ୍ଦଙ୍କ ମେଡିକାଲ ଯାଂଚ । ଏସଆଇଟି ଟିମ୍ ମଧ୍ୟ ଜିଲ୍ଲା ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି ।

source : ndtv

ସୂଚନା ଅନୁସାରେ ଜଣେ ଆଇନ ଛାତ୍ରୀ ଚିନ୍ମୟାନନ୍ଦଙ୍କ ନାଁରେ ଆଣିଥିଲେ ଯୌନଶୋଷଣର ଅଭିଯୋଗ । ଏହାକୁ ନେଇ କିଛି ଭିଡିଓ ମଧ୍ୟ ସୋସିଆଲ୍ ସାଇଟରେ ଅପଲୋଡ୍ କରିଥିଲେ । ଘଟଣାକୁ ନେଇ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ଚିନ୍ମୟାନନ୍ଦଙ୍କୁ ଗିରଫ କରିଛି ଏସଆଇଟି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ବାଜପେୟୀଙ୍କ ସରକାରରେ ସ୍ୱାମୀ ଚିନ୍ମୟାନନ୍ଦ କେନ୍ଦ୍ରମନ୍ତ୍ରୀ ରହିଥିଲେ । ଶାହାଜାହାନପୁର ଯୈ÷ାନଶୋଷଣ ମାମଲାରେ ଗଣମାଧ୍ୟମରେ ଲଗାତର ଖବର ଆସିବା ପରେ ଶେଷରେ ଯୋଗୀ ସରକାରଙ୍କ ଏହି ହେଭିୱେଟ୍ ନେତାଙ୍କୁ ଗିରଫ କରିଛି ଏସଆଇଟି ।