କନକ ବ୍ୟୁରୋ: ପ୍ରଥମେ ସ୍ତ୍ରୀକୁ ହତ୍ୟା ଆଉ ପରେ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତିକରିଲା ନିର୍ଦ୍ଦୟ ସ୍ୱାମୀ । ଏଭଳି ଏକ ସମ୍ଭେଦନଶୀଳ ଘଟଣା ଆସିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପଦା ପଞ୍ଚାୟତ ପାଳସିଆ ଗାଁରୁ । ମୃତ ମହିଳା ଜଣକ ହେଲେ ପ୍ରଦୀପ ଦାସଙ୍କ ପତ୍ନୀ ମାମା ଦାସ । ମାମାଙ୍କ ବାପଘର ଲୋକେ ଯେତେବେଳେ ଏବିଷୟରେ ଖବର ପାଇଥିଲେ ସେତେବେଳେ କିନ୍ତୁ ଅଭିଯୁକ୍ତ ପତ୍ନୀଙ୍କୁ ହତ୍ୟା କରି ଅଖା ବସ୍ତାରେ ଭର୍ତ୍ଥି କରିସାରିଥିଲା । ଆଉ ସେମାନଙ୍କୁ ଦେଖି ଜ୍ୱାଇଁ , ଶ୍ୱଶୁର ଓ ଦିଅର ଫେରାର ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପଘର ଲୋକେ । ବସ୍ତା ଥାନାରେ ଏନେଇ ଅଭିଯୋଗ ପରେ ଶବକୁ ଜବତ୍ କରି ଅଧିକ ତଦନ୍ତରେ ଲାଗିପଡିଛି ବସ୍ତା ପୋଲିସ୍ । ତେବେ ଏଭଳି ଜଘନ୍ୟ କାଣ୍ଡ ପରେ ସାରା ଅଂଚଳ ସ୍ତବ୍ଧ ହୋଇଯାଇଛି।
ବସ୍ତା ଥାନା ହଳଦୀପଦା ପାଳସିଆରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ସ୍ୱାମ୍ବୀ।
/kanak/media/post_attachments/wp-content/uploads/2023/05/vlcsnap-2023-05-07-15h10m10s745.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)