କନକ ବ୍ୟୁରୋ : ଏସ୍ସିବିରେ ସ୍ବାଇନ୍ ଫ୍ଲୁ ସନ୍ଦେହରେ ପୁଣି ୩ ଜଣଙ୍କୁ ଭର୍ତ୍ତି କରାଯାଇଛି। ଯାହାଫଳରେ ସ୍ବାଇନ୍ ଫ୍ଲୁ ୱାର୍ଡରେ ରୋଗୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ତିନିଦିନ ତଳେ ଜଣେ ମହିଳାଙ୍କ ସ୍ବାଇନ୍ ଫ୍ଲୁ ପଜିଟିଭ୍ ବାହାରିଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଆଣି ଏସ୍ସିବିରେ ଭର୍ତ୍ତି କରାଯାଇଛି।
ତେବେ ଯେଉଁ ତିନିଜଣଙ୍କୁ ଭର୍ତ୍ତି କରାଯାଇଛି, ସେମାନଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯିବ ବୋଲି ଏସ୍ସିବି ସୂତ୍ରରୁ ଜଣାପଡିଛି। ଅନ୍ୟପଟେ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ପୁଣି ଜଣେ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ କେବଳ ଆଇସୋଲେସନ୍ରେ ରଖାଯାଇଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/SCB-Medical-college-and-Hospital.jpg)