କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନାରେ ଜଣେ ସ୍ବାଇନ୍ ଫ୍ଲୁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ଜଣେ ୫୦ ବର୍ଷିୟା ମହିଳା ଓ ତାଙ୍କ ଘର ଭୁବନେଶ୍ବରରେ ବୋଲି ଜଣାପଡ଼ିଛି। ମହିଳା ଜଣକ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ରାତିରେ ମୃତ୍ୟୁ ଘଟିଛି। କଟକ ବଡ ଡାକ୍ତରଖାନାର ସ୍ବତନ୍ତ୍ର ସ୍ବାଇନ୍ ଫ୍ଲୁ ୱାର୍ଡରେ ଗତକାଲି ସୁଦ୍ଧା ୨ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କୁ ଆଇସିୟୁରେ ରଖା ଯାଇଥିଲା।
ଚଳିତ ବର୍ଷ କଟକରେ ଏହା ୩ୟ ସ୍ବାଇନ୍ ଫ୍ଲୁ ଓ କଟକ ବଡ ଡାକ୍ତରଖାନାରେ ଦ୍ବିତୀୟ ସ୍ବାଇନ୍ ଫ୍ଲୁ ମୃତ୍ୟୁ ବୋଲି କୁହାଯାଉଛି।ତେବେ ସାରା ଦେଶରେ ଯେପରି ଭାବରେ କରୋନା ବଢିବାରେ ଲାଗିଛି ତାହାକୁ ନେଇ ଲୋକ ଚିନ୍ତା ପ୍ରକାଶ କରୁଥିବା ବେଳେ ଏସସିବିରେ ଜଣେ ସ୍ୱାଇନ ଫ୍ଲୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/SCB-Medical-college-and-Hospital.jpg)