କନକ ବ୍ୟୁରୋ : ଗୋଟିଏ ପଟେ ସ୍ୱଚ୍ଛ ଭାରତ ପାଇଁ କେନ୍ଦ୍ର ସରକାର ଜୋରଦାର ସଚେତନ କରାଉଛନ୍ତି । ତେବେ ଏଭଳି ଏକ ସମୟରେ ଭାରତର ଏକ ଅସ୍ୱଚ୍ଛ ରୂପ ପଦାକୁ ଆସିଛି । ଟାନ୍ସପାରେନ୍ସୀ ଇଂଟର ନ୍ୟାସନାଲ ସର୍ଭେ ରିପୋର୍ଟ ଅନୁସାରେ ଭାରତ ହେଉଛି ସମଗ୍ର ଏସିଆରେ ଲାଂଚ କାରବାରରେ ପ୍ରଥମ । ସର୍ଭେ କହୁଛି, ପ୍ରତି ଦଶ ଜଣରେ ୭ ଜଣ ଲାଂଚ ଦେଇ କାମ ହାସଲ କରିଥାନ୍ତି ।
ପ୍ରାୟ ୬୯ ପ୍ରତିଶତ ଭାରତୀୟ ଲାଂଚ ଦେଇଥାନ୍ତି । ଚା, ପାନ, ହାତଗୁଂଜା ଓ ଅନ୍ୟାନ୍ୟ ନାଁରେ ଭାରତରେ ଲାଂଚ ଦିଆନିଆ ହୋଇଥାଏ । ଏହି ଲାଂଚ କାରବାରରେ ଭିଏତନାମ ଦ୍ୱିତୀୟ ସ୍ଥାନରେ ରହିଛି । ଭିଏତନାମରେ ୬୫ ପ୍ରତିଶତ ଲୋକ ଲାଂଚ ଦେଇଥାନ୍ତି । ପାକିସ୍ତାନ ୪୦, ଚୀନରେ ୨୬ ପ୍ରତିଶତ ଲାଂଚ କାରବାର ହୋଇଥାଏ ।
ଏସିଆର ୧୬ଟି ଦେଶରେ ଏହି ସର୍ଭେ କରାଯାଇଥିଲା । ସବୁଠୁ ସ୍ୱଚ୍ଛ ରାଷ୍ଟ୍ର ଭାବେ ଜାପାନରେ ସବୁଠୁ କମ୍ ଲାଂଚ କାରବାର ହୋଇଥାଏ । ମାତ୍ର ୦.୨ ପ୍ରତିଶତ ଲୋକ ଜାପାନରେ ଲାଂଚ ଦିଅନ୍ତି । ଏସିଆରେ ମୋଟ ୯୦ କୋଟି ଲୋକ ଲାଂଚ ଦିଅନ୍ତି । ଆଉ ପୁଲିସ୍ ବିଭାଗ ସବୁଠୁ ଅଧିକ ଲାଂଚଖୋର ବୋଲି ରିପୋର୍ଟ ଦେଇଛି ଟାନ୍ସପାରେନ୍ସୀ ଇଂଟର ନ୍ୟାସନାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-08-11h10m38s605.png)