କନକ ବ୍ୟୁରୋ: ସ୍ୱଚ୍ଛତା କ୍ଷେତ୍ରରେ ଲଗାତର ସପ୍ତମ ଥର ପାଇଁ ଇନ୍ଦୋର ସହର ବାଜି ମାରି ନେଇଛି । ଚଳିତ ବର୍ଷ କିନ୍ତୁ ସୁରତ ମଧ୍ୟ ସ୍ୱଚ୍ଛତାରେ ଇନ୍ଦୋର ସହିତ ଏକ ନମ୍ବର ହୋଇଛି । ତେବେ ପ୍ରଥମ ୩୦ ସହର ଭିତରେ କିନ୍ତୁ ଓଡିଶାର କୌଣସି ସହର ସ୍ଥାନ ନାହିଁ । ହେଲେ ଆଶ୍ୱସ୍ତି ଆଣି ଦେଇଛି ରାଜ୍ୟ ବର୍ଗର୍ରେ । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ରେ ଓଡିଶା ୪ର୍ଥ ସ୍ଥାନ ହାସଲ କରିଛି ।

୨୦୨୨ରେ ଓଡିଶା ନବମ ସ୍ଥାନରେ ଥିବା ବେଳେ ୨୦୨୩ରେ ଏହା ୫ଟି ସ୍ଥାନକୁ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛି । ମହାରାଷ୍ଟ୍ର. ମଧ୍ୟପ୍ରଦେଶ, ଛତିଶଗଡ ପର୍ଯ୍ୟାୟକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଥିବାରୁ ପୁରସ୍କାର ମିଳିଛି । ହେଲେ ଓଡିଶା ୪ର୍ଥ ସ୍ଥାନରେ ଥିବାରୁ ପୁରସ୍କାର ମିଳିନାହିଁ । ସେହିପରି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ରେ ଭୁବନେଶ୍ୱର ରାଜ୍ୟର ସବୁଠୁ ସଫା ସହର ହୋଇଥିବା ବେଳେ ସାରା ଦେଶରେ ଏହା ୩୪ ନମ୍ବର ରାଙ୍କରେ ରହିଛି ।

ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌ÷÷ପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ଗୁଡିକରେ ବିଭିନ୍ନ ମାପଦଣ୍ଡକୁ ଆଧାର କରି ଏହି ସ୍ୱଚ୍ଛତା ସର୍ବେକ୍ଷଣ ହୁଏ ।