କନକ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ପରେ ସ୍ୱଚ୍ଛ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଦରମା ବୃଦ୍ଧି ଦାବିରେ ରାଜଧାନୀ ରାଜରାସ୍ତାରେ ଆଣ୍ଠେଇଲେ, ହାତ ଯୋଡ଼ି ସରକାରଙ୍କୁ ନିବେଦନ କଲେ ସଂଘର ମହିଳା । ମାସିକ ୧୦ ହଜାର ଟଙ୍କା ପ୍ରଦାନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱଚ୍ଛ ସାଥୀ । ବ୍ଲକ କ୍ୟାଡର ମାନ୍ୟତା ପ୍ରଦାନ ସହ ବେଆଇନ ଏନଏମଏମଏସ୍ ରଦ୍ଦ କରିବାକୁ ଦାବି କରିଛି ସଂଘ । ସ୍ୱଚ୍ଛ ସାଥୀଙ୍କୁ ୭ ହଜାର ଟଙ୍କା ଦରମା ମିଳୁଥିବା ବେଳେ ୧ ହଜାର ଟଙ୍କା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏତେ କମ୍ ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇଥିବାରୁ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଦାବି କରିଛି ସଂଘ ।