ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍ ଉପରକୁ ଅଣ୍ଡା ମାଡ କଲେ ପାକିସ୍ତାନ ପ୍ରତିବାଦକାରୀ ! ଝାଡୁ ଧରି ସଫା କଲେ ଭାରତୀୟ ହାଇକମିସନର୍ । 

ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍ ଉପରକୁ ଅଣ୍ଡା ମାଡ କଲେ ପାକିସ୍ତାନ ପ୍ରତିବାଦକାରୀ ! ଝାଡୁ ଧରି ସଫା କଲେ ଭାରତୀୟ ହାଇକମିସନର୍ । 

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସେପ୍ଟେମ୍ବର ୩ ତାରିଖ ଦିନ ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍ ଉପରକୁ ଅଣ୍ଡା ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଫୋପାଡିବା ଫଳରେ ଅପରିଚ୍ଛନ୍ନ ହୋଇପଡ଼ିଥିବା ପରିସରକୁ ନିଜେ ମପ୍ ଧରି ଭାରତୀୟ ହାଇକମିସନର୍ ରୁଚି ଘନଶ୍ୟାମ ସଫା କରିଛନ୍ତି । ପ୍ରାୟ ୨୫୦୦ ପାକିସ୍ତାନୀ ବଂଶୋଦ୍ଭବ ବ୍ୟକ୍ତି ଏହି ବିକ୍ଷୋଭ ପ୍ରଦର୍ଶନରେ ଭୂମିକା ନେଇଥିଲେ। ସେମାନେ ଅଣ୍ଡା, ବିଲାତିବାଇଗଣ, ଧୂଆଁବୋମା, ଜମାଟ ବାନ୍ଧିଥିବା ପାଣି ବୋତଲ ଆଦି ଫିଙ୍ଗି ଥିଲେ। ଫଳରେ ଇଣ୍ଡିଆ ହାଉସର କାନ୍ଥ ଓ ପ୍ରାଙ୍ଗଣ ଅପରିଷ୍କାର ହୋଇ ଯାଇଥିଲା। ଘନଶ୍ୟାମ କହିଛନ୍ତି : ଏଥିରେ ଆମେ ଭୟଭୀତ ହୋଇ ନାହୁଁ ବୋଲି ଦେଖାଇ ଦେବାକୁ ଚାହୁଁଛୁ। ଭାରତ ଏହାର ଜବାବ ଦେଇଛି ଏବଂ ଏହି ସଫେଇ ଅଭିଯାନ ମଧ୍ୟ ଭାରତୀୟ ସରକାରୀ ଜବାବର ଅଂଶବିଶେଷ।

ଆମେ ଆମ ନିଜ ଘର ପରିଷ୍କାର କରୁଛୁ। ଅନ୍ୟମାନଙ୍କ ଉପରକୁ ଢେଲା ଫିଙ୍ଗିନାହୁଁ। ଆମେ ମହାତ୍ମା ଗାନ୍ଧୀଙ୍କ ନୀତି ଅନୁସରଣ କରି ଇଂଲଣ୍ଡକୁ ସ୍ୱଚ୍ଛ ଭାରତ ଆଣିଛୁ।ଇଣ୍ଡିଆ ହାଉସର ଏହି ସଫେଇ ଅଭିଯାନରେ ତାଙ୍କୁ ସହଯୋଗ କରିଥିଲେ ଡେପୁଟି ହାଇକମିସନର୍ ଚରଣଜିତ ସିଂହ ଏବଂ ଭାରତୀୟ ସମ୍ପ୍ରଦାୟ। ଅଗଷ୍ଟ ୧୫  ଏବଂ ସେପ୍ଟେମ୍ବର ୩ ରେ ହୋଇଥିବା ପ୍ରତିବାଦ ହେଉଛି ୧୯୮୦ ପରର ପ୍ରଥମ ପ୍ରତିବାଦ। ସେତେବେଳେ ଖଲିସ୍ତାନୀ ଏବଂ କଶ୍ମୀରୀ ବିଚ୍ଛିନ୍ନତାବାଦୀ ତତ୍ତ୍ୱ ଲଣ୍ଡନରେ ପ୍ରତିବାଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe