କନକ ବ୍ୟୁରୋ : ଦାରିଦ୍ର୍ୟ ସିମାରେଖା ତଳେ ରହୁଥିବା ପରିବାରକୁ ସୁବିଧାରେ ପାଇଖାନା ଯୋଗାଇ ଦେବା ଲାଗି ସରକାର ଆରମ୍ଭ କରିଥିଲେ ସ୍ୱଛ ଭାରତ ଗ୍ରାମିଣ ମିଶନ ଯେ୍ାଜନା। ଏହି ଯେ୍ାଜନାରେ ସରକାର ୧୨ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଦେବେ ଆଉ ପ୍ରତିଘରେ ପାଇଖାନା ନିର୍ମାଣ ହେବ । ହେଲେ ପାଇଖାନା ନିର୍ମାଣ ନାଁରେ ବଡ ଧରଣର ର୍ଦୁନିତି ହୋଇଥିବା ଅଭିଯୋଗ ହୋଇଛି । କେଉଁଠି ହିତାଧୀକାରି ଜାଣି ନାହାଁନ୍ତି ତାଙ୍କ ନାଁରେ ମିଥ୍ୟା ବିଲ କରାଯାଇଛି, ତ ଆଉ କେଉଁଠି ଅଧାପନ୍ତରିଆ ପାଇଖାନା ନିର୍ମାଣ କାରି ଟଙ୍କା ହଡପ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ବାଟବଣା ହୋଇଛି ସ୍ୱଛ ଭାରତ ଗ୍ରାମିଣ ମିଶନ ।

Advertisment

ପାଇଖାନା ନିର୍ମାଣ ନାଁରେ ବ୍ୟାପକ ଚଂଚକତା କରି ରାଜକନିକା ବ୍ଲକ ତ୍ରୈଲକ୍ୟପୁରରେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ବିଶେଷକରି ତ୍ରୈଲକ୍ୟପୁରୁ ପଞ୍ଚୟତର କଂଟିପୋଖରି, ଗଙ୍ଗାଧର ପ୍ରସାଦ ଡିଆ ଓ ଶିଶୁଆ ଗାଁରେ ପାଈଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ସୁଚନା ଅଧୀକାର ଆଇନ୍ ବଳରେ ପଦାକୁ ଆସିଛି । ଠିକାଦାର ଓ ବିଭାଗୀୟ ଅଧିକାରିଙ୍କ ସଲାସୁତରାରେ ଲକ୍ଷଲକ୍ଷ ଟଙ୍କା ହଡପ ହୋଇଛି ବୋଲି ଅଭିଯୋଗ ହେଉଛି । ଅନ୍ୟପଟେ ଲିଖିତ ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି ବିଡିଓ କହିଛନ୍ତି ।