‘ସ୍ୱାଭିମାନ ଦିବସ’ରେ କଟକ ମଧୁବାବୁଙ୍କ ସମାଧୀ ସ୍ଥଳରେ ସୌମ୍ୟରଂଜନଙ୍କ ଶ୍ରଦ୍ଧାଂଜଳି ଜ୍ଞାପନ। ସଂଧ୍ୟାରେ ସମ୍ବାଦ ଓ ଆମ ଓଡିଶା ବକ୍ତୃତା ମାଳା କାର୍ଯ୍ୟକ୍ରମ

77

କନକ ବ୍ୟୁରୋ: ଆଜି ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର କୃଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ । ସେ ହେଉଛନ୍ତି ଓଡିଆ ସ୍ୱାଭିମାନର ପ୍ରତୀକ । ଓଡିଆ ଜାତି ତାଙ୍କ ପାଇଁ ହୋଇଥିଲା ଗୌରବାନ୍ୱିତ । କଟକ ଜିଲ୍ଲାର ସତ୍ୟଭାମାପୁରରେ ଏହି କିମ୍ବଦିନ୍ତୀ ପୁରୁଷ ଜନ୍ମଗ୍ରହଣ କରିଥିଲେ ।

ଜୟନ୍ତୀ ଅବସରରେ କଟକର ଗୋରାକବରରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳରେ ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଥିଲେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଅନ୍ୟ ପ୍ରମୁଖ ବ୍ୟକ୍ତି । ସ୍ୱାଭିମାନ ଦିବସ ଅବସରରେ ସନ୍ଧ୍ୟାରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ଓ ଆମ ଓଡିଶା ବକୃତା ମାଳାର ଆୟୋଜନ ବି କରାଯାଇଛି ।