କନକ ବ୍ୟୁରୋ: ପାଣି ଘେରରେ ସ୍ୱାଭିମାନ ଅଂଚଳରେ ଏକମାତ୍ର ଡାକ୍ତରଖାନା । ଡାକ୍ତରଖାନା ଭିତରେ ପାଣି ପଶିଯିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଗୁରୁପ୍ରିୟା ନଦୀ ଫୁଲିବା ସହ ବାଲିମେଳା ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ସ୍ୱାଭିମାନ ଅଂଚଳ ଭିତରେ ପଶିଛି ଜଳଭଣ୍ଡାର ବଳକା ପାଣି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳରେ ରୋଗୀ ସୋବା ଯୋଗାଇବା ପାଇଁ ଥିବା ଏକ ମାତ୍ର ଡାକ୍ତରଖାନା ଭିତରେ ପାଣି ପଶିଯାଇଛି ।

Advertisment

ଫଳରେ ରୋଗୀସେବା ଏକ ପ୍ରକାର ଠପ୍ ହୋଇଯାଇଛି । ଏହି ଡାକ୍ତରଖାନା ଉପରେ ପ୍ରାୟ ୩୦ ହଜାର ଲୋକ ନିର୍ଭର କରିଥାନ୍ତି । ଡାକ୍ତରଖାନା ସବୁ କୋଠରୀ ଭିତରେ ପାଣି ଜମି ରହିଥିବାରୁ ରୋଗୀଙ୍କୁ ଚିକିତ୍ସା ଯୋଇବା କଷ୍ଟକର ହୋଇ ପଡିଛି । ଡାକ୍ତରଖାନା କର୍ତ୍ତୃପକ୍ଷ ପାଣି କାଢିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।