ରାଜଧାନୀରେ ୫ଟି ସ୍କୁଲରେ ସ୍ୱାବ ନମୂନା ସଂଗ୍ରହ: କୋଭିଡ ୧୯ ଟେଷ୍ଟ ପାଇଁ ସ୍କୁଲରେ ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ କରୁଛି ମେଡିକାଲ ଟିମ୍

ଆସନ୍ତା ୧୭ ଯାଏ କରାଯିବ ନମୂନା ସଂଗ୍ରହ ଓ ଟେଷ୍ଟ

801

କନକ ବ୍ୟୁରୋ: ରାଜଧାନୀରେ ୫ଟି ସ୍କୁଲରେ ହେଉଛି ସ୍ୱାବ ନମୂନା ସଂଗ୍ରହ । କୋଭିଡ ୧୯ ଟେଷ୍ଟ ପାଇଁ ଦିନ ୯ଟାରୁ ୧୨ ଓ ୩ରୁ୫ ଯାଏ ସ୍କୁଲ ଖୋଲା ରହିବ । ଏହି ସମୟରେ ସ୍କୁଳରେ ଦୁଇ ଶିକ୍ଷକ, ସଫେଇ କର୍ମଚାରୀ, ରାତ୍ରି ଜଗୁଆଳି ଉପସ୍ଥିତ ରହିବେ । ଏହି ସମୟରେ ସନ୍ଦିଗ୍ଧ ମାନଙ୍କ ସ୍ୱାବ ନମୂନା ସଂଗ୍ରହ କର।।ଯିବ । ଆସନ୍ତା ୧୭ ଯାଏ ସନ୍ଦିଗ୍ଧଙ୍କ ନମୂନା ସଂଗ୍ରହ ଓ ଟେଷ୍ଟ କରିବ ମେଡିକାଲ ଟିମ । ଭୁବନେଶ୍ୱରର ୫ଟି ସ୍କୁଲ ଝାରପଡା ପ୍ରାଇମେରୀ ସ୍କୁଲ, ଚନ୍ଦ୍ରଶେଖରପୁରର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ହାଇସ୍କୁଲ ଓ ନୟାପଲ୍ଲୀ ମମତା ଅଲି ହାଇସ୍କୁଲରୁ ନମୂନା ସଂଗ୍ରହ କରାଯାଉଛି ।

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତକାଲି ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ଆକ୍ରାନ୍ତ ନେଇ ଅଧିକ ସୂଚନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇ ନାହିଁ । କିନ୍ତୁ ଶୁକ୍ରବାର ୨୯୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୨ ଜଣଙ୍କ ପଜିଟିଭ୍ ଆସିଥିଲା । ଏନେଇ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏଯାଏଁ ରାଜ୍ୟରେ ୩ ହଜାର ୫୪୭ ନମୁନା ପରୀକ୍ଷା କରାଯାଇଛି । ଯାହା ମଧ୍ୟରୁ ୩ ହଜାର ୪ ଶହ ୯୭ଟି ନମୂନା ନେଗେଟିଭ୍ ଆସିଛି । ବର୍ତମାନ ରାଜ୍ୟରେ ଆକ୍ଟିଭ୍ କେସ୍ ୩୭ଟି ରହିଛି । ଏହା ମଧ୍ୟରେ ୧୨ ଜଣ ଆକ୍ରାନ୍ତ ସୁସ୍ଥ ବା ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ।