ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୧୩୨,୦୦୦ଲୋକଙ୍କୁ ମିଳିବ ଭୂ-ସମ୍ପତ୍ତିର ବିବରଣୀ ଥିବା କାର୍ଡ

Advertisment
ଭାରତ ବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ । ମୋଦୀ କହିଲେ, ପୁରୁଣା ଆଇନକୁ ନେଇ ଗଠନ ହୋଇ ପାରିବନି ନୂଆ ଶତାବ୍ଦୀର ଭାରତ, ବିକାଶ ପାଇଁ ସଂସ୍କାର ଜରୁରୀ । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ପ୍ରାୟ ଏକ ଲକ୍ଷ ସମ୍ପତ୍ତି ମାଲିକ ସେମାନଙ୍କ ମୋବାଇଲ୍ ଫୋନକୁ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ସହ ଜଡିତ କାର୍ଡଗୁଡ଼ିକୁ ଡାଉନଲୋଡ୍ କରିପାରିବେ। ଏହି ଯୋଜନାକୁ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଏବଂ ଆଜି ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।

ଆଜି, ଜମି ମାଲିକମାନେ ସେମାନଙ୍କର ସମ୍ପତ୍ତିର ମାଲିକାନା ରେକର୍ଡ ସହ ଜଡ଼ିତ କାର୍ଡ ପାଇ ପାରିବେ ଜ୍ଝ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି, ଯାହା ଭାରତର ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବ। ୬ଟି ରାଜ୍ୟର ୭୬୩ଟି ଗାଁର ୧୩୨,୦୦୦ ଲୋକଙ୍କୁ ଭୂସମ୍ପତ୍ତିର ବିବରଣୀ ଥିବା କାର୍ଡ ପ୍ରଦାନ କରାଯିବ । ଏଥିମଧ୍ୟରେ ହରିୟାଣାରୁ ୨୨୧, କର୍ଣ୍ଣାଟକରୁ ୨ଟି, ମହାରାଷ୍ଟ୍ରରୁ ୧୦୦, ମଧ୍ୟ ପ୍ରଦେଶରୁ ୪୪, ଉତ୍ତର ପ୍ରଦେଶରୁ ୩୪୬ ଏବଂ ଉତ୍ତର ପ୍ରଦେଶର ୫୦ଟି ଗାଁର ଲୋକ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe