ଭାରତରେ ଲଞ୍ଚ ହେଲା Suzuki Gixxer ABS ! ଦମଦାର ଲୁକ ସହ ରହିଛି ଅନେକ ଫିଚର୍ସ ।

43

ବାଇକ ପ୍ରେମିଙ୍କ ପାଇଁ ସୁଜୁକି ଆଣିଛି ଏକ ଷ୍ଟାଇଲିସ ବାଇକ । ଭାରତରେ ଲଞ୍ଚ ହୋଇଛି Suzuki Gixxer ABS । ଯାହାର ମୂଲ୍ୟ ରହିଛି ୮୭,୨୫୦ ଟଙ୍କା । ଏହି ନୂଆ ମୋଟର ସାଇକେଲରେ ABS ( ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ) ସିଙ୍ଗଲ ଚ୍ୟାନେଲ ୟୁନିଟରେ ଅଛି । ଯାହାକି ଏହାର କେବୁଲ ଫ୍ରଣ୍ଟ ହ୍ୱିଲରେ ଦିଆଯାଇଛି । ରିୟର ହ୍ୱିଲରେ ABS ନାହିଁ । Suzuki Gixxer ABSରେ ଆଲୁମିନିୟମ ୪ ଷ୍ଟ୍ରୋକ୍ସ ସିଙ୍ଗଲ ସିଲିଣ୍ଡର ୧୫୪.୯CC BS-IV ଇଞ୍ଜିନ ଦିଆଯାଇଛି ଯାହାକି ୮୦୦୦ rpm ପ୍ରତି ୧୪.୮psର ପାୱାର ଏବଂ ୬୦୦୦ rpm ପ୍ରତି ୧୪ NMର ଟାର୍କ ସୃଷ୍ଟି କରିଥାଏ । ଏହି ମୂଲ୍ୟରେ ଏହି ନୂଆ ବାଇକ ସେଫ୍ଟି ଫିଚର୍ସ ସହ ସବୁଠାରି ଶସ୍ତା ବାଇକର ଲିଷ୍ଟରେ ଆସିଯାଇଛି ।

ନୂଆ Suzuki Gixxer ABSରେ କିଛି ଅପଡେଟେଡ ଫିଚର୍ସ ଯେମିତିକି ଏଏଚଓ ହେଡଲାଇଟ, ଏଲଇଡି ଟେଲ ଲ୍ୟାମ୍ପ, ଡିଜିଟାଲ ସ୍ପିଡୋମିଟର, ଫ୍ରଣ୍ଟ ଏବଂ ବ୍ୟାକ ଡିସବ୍ରେକ ସହ ଲାର୍ଜ ଡାୟାମିଟର ହ୍ୱିଲ ଦିଆଯାଇଛି । Suzuki Gixxer ABS ତିନୋଟି ରଙ୍ଗରେ ଗ୍ରାହକମାନଙ୍କ ପାଖରେ ଉପଲବ୍ଧ ହେବ । ଗ୍ଲାସ ସ୍ପାର୍କଲ ବ୍ଲାକ, ରେଡ୍, ମେଟାଲିକ ସୋନିକ ସିଲଭର ଏବଂ ଗ୍ଲାସ ସ୍ପାର୍କଲ ବ୍ଲାକରେ ଉପଲବ୍ଧ ହେବ ।