ନନ୍ଦିଗ୍ରାମ ଆସନରୁ ଜିତିଲେ ଶୁଭେନ୍ଦୁ ଅଧିକାରୀ, ହାରିଲେ ମମତା ବାନାର୍ଜୀ । ନନ୍ଦିଗ୍ରାମ ଆସନ ହାତେଇଲେ ଶୁଭେନ୍ଦୁ ।

1,442

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ୍ ଗଣତିରେ ବଡ ଖବର । ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ପରାସ୍ତ କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ବିଜୟୀ ହୋଇଛନ୍ତି । ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ଏବଂ ଶେଷ ମୁହୂର୍ତ୍ତରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ୍ ଦେଇ ନନ୍ଦିଗ୍ରାମରେ ବିଜୟ ହାସଲ କରିଛନ୍ତି ।

ପ୍ରଥମେ ନନ୍ଦିଗ୍ରାମ ଆସନରେ ମମତା ବିଜୟୀ ହେବାର ଖବର ଆସିଥିଲା । ହେଲେ ଶେଷ ମୁହୂର୍ତ୍ତରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନକୁ ବାଜି ମାରିଛନ୍ତି । ଶୁଭେନ୍ଦୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମମତା ବାନାର୍ଜୀଙ୍କୁ ହରାଇବା ସହିତ ବିଜୟ ହାସଲ କରିଛନ୍ତି ।ଚଳିତ ଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପାରମ୍ପରିକ ଆସନକୁ ଛାଡି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ଏଠାରୁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଥିଲା । ଦୁହିଁଙ୍କ ଭିତରେ କଡା ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଚାର ବେଳେ ଦୁଇ ପ୍ରାର୍ଥୀଙ୍କୁ ଆକ୍ରମଣ ହେବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ହେଲେ ସବୁ ପରେ ପଶ୍ଚିମବଙ୍ଗରେ ଦିଦିଙ୍କ ଜଲୱା ଦେଖିବାକୁ ମିଳିଥିଲେ ହେଁ, ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ବିଜୟୀ ହେବା ସହିିତ ମମତା ପରାସ୍ତ ହୋଇଛନ୍ତି ।