କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଥର ନନ୍ଦିଗ୍ରାମରେ ହାଇଭୋଲଟେଜ୍ ଟକ୍କର । ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ଶୁକ୍ରବାର ଭରିଛନ୍ତି ନାମାଙ୍କନ ପତ୍ର । ଏହି ଆସନରେ ଦୁଇ ହେଭିୱେଟ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି । ତେବେ ନାମାଙ୍କନ ଭରିବା ପରେ ନିଜର ବିଜୟ ନେଇ ଇସାରା କରିଛନ୍ତି ଶୁଭେନ୍ଦୁ ।
ନାମାଙ୍କନ ପତ୍ର ଭରିବା ଆଗରୁ ସଭା କରିଥିଲେ ଶୁଭେନ୍ଦୁ । ଏଥିରେ ସାମିଲ ହୋଇଥିଲେ ବିଜେପିର କେନ୍ଦ୍ରୀୟ ନେତା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଧମେନ୍ଦ୍ର ପ୍ରଧାନ । ଏହି ଅବସରରେ ନନ୍ଦିଗ୍ରାମ ଜନତାଙ୍କୁ ଆହ୍ୱାନ କରିଛନ୍ତି ସ୍ମୃତି ଇରାନୀ । କହିଛନ୍ତି ଯିଏ ବିଜେପି କର୍ମୀଙ୍କୁ ହତ୍ୟା କରୁଛନ୍ତି, ଯିଏ ପୂଜା ପାଠ ପାଇଁ ଅନୁମତି ଦେଉନାହାନ୍ତି ତୁମେ କଣ ତାଙ୍କୁ ଭୋଟ୍ ଦେବ?
ଏଥର ପଶ୍ଚିମବଙ୍ଗରେ ନନ୍ଦିଗ୍ରାମ ଦେବ ମୁଖ୍ୟମନ୍ତ୍ରୀ । କାରଣ ଏହି ଆସନରୁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ, ଟିଏମସି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ । ଅର୍ଥାତ୍ ନନ୍ଦିଗ୍ରାମ ଆସନର ଜିଏ ଜିତିବ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଗାଦିର ଦାବିଦାର ରହିବ । ଏହି କାରଣରୁ ଏହି ଆସନକୁ ଦଖଲ କରିବାକୁ ସବୁ ବଳ ଲଗେଇ ଦେଇଛନ୍ତି ବିଜେପି ଏବଂ ଟିଏମସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/26-11.jpg)