ବିଜେପିରେ ସାମିଲ ହେବେ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ । ଅମିତ ଶାହଙ୍କ ରାଲିରେ ବିଧିବଦ୍ଧ ଭାବେ ଧରିବେ ପଦ୍ମ ।

95

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଥିବା ରିପୋର୍ଟକୁ ଆଜି ତୃଣମୂଳ କଂଗ୍ରେସ ସାଂସଦ ତଥା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ସୁନିଶ୍ଚିତ କରିଛନ୍ତି। ମେଦିିନିପୁରର ସମ୍ମାନ ରକ୍ଷା କରିବା ଲାଗି ଆଗାମୀ ବିଧାନସଭା ନିର୍ବାଚନରେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବିପକ୍ଷରେ ଜୋର୍‌ଦାର ସଂଗ୍ରାମ କରିବେ ବୋଲି କହିଛନ୍ତି।

ବିଜେପିରେ ଯୋଗ ଦେଉଛନ୍ତି ବୋଲି ଶୁଣାଯାଉଥିବା କଥାକୁ ଶିଶିର ଅଧିକାରୀ ସ୍ୱୀକାର କରିଛନ୍ତି। ଏଥିସହ ପଶ୍ଚିମବଙ୍ଗର ଆଗ୍ରାରେ ହେବାକୁ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିରେ ସେ  ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେବାର ଅଛି ।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ନେତାମାନେ ମୋତେ ବିଜେପିରେ ଯୋଗ ଦେବାକୁ ବାଧ୍ୟ କଲେ। ସେମାନେ ଯାହା କରିବାର କରନ୍ତୁ, ମୁଁ ଯାହା ପାରିବି କରିବି ବୋଲି ଶିଶିର କହିଛନ୍ତି।

ଶାସକ ଦଳ ତାଙ୍କୁ ଏବଂ ତାଙ୍କ ପୁଅ ଶୁଭେନ୍ଦୁଙ୍କୁ ଅପମାନିତ କରୁଛି ବୋଲି ସେ କହିଛନ୍ତି। ସେ ଦୃଢ଼ୋକ୍ତିର ସହ କହିଛନ୍ତି ଯେ, ବିପୁଳସଂଖ୍ୟକ ଭୋଟ୍‌ ପାଇ ଶୁଭେନ୍ଦୁ ନନ୍ଦୀଗ୍ରାମ ଆସନରେ ବିଜୟୀ ହେବେ। ଶୁଭେନ୍ଦୁଙ୍କ ଭାଇ ସୌମେନ୍ଦୁ ମଧ୍ୟ ଗୈରିକ ଶିବିରରେ ଯୋଗ ଦେଉଛନ୍ତି। ତାଙ୍କର ଅନ୍ୟ ଜଣେ ଭାଇ ତଥା ତାମଲୁକର ତୃଣମୂଳ ସାଂସଦ ଦିବ୍ୟେନ୍ଦୁ ମଧ୍ୟ ଆଜି ବାପାଙ୍କ ସହ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି।