କନକ ବ୍ୟୁରୋ: ଭୁବନେଶ୍ୱର ଦିପାଲୀ ହୋଟେଲ ରୁମରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୁଣି ଏକ ରହସ୍ୟର ଖୁଲାସା । ଶୁଭଲକ୍ଷ୍ମୀ ରମାଦେବୀର +୨ ଛାତ୍ରୀ ହୋଇ ମଧ୍ୟ ସେ ହଷ୍ଟେଲରେ ରହୁ ନଥିଲେ । ହଷ୍ଟେଲରେ ନରହି ଭଡ଼ାଘରେ ରହୁଥିଲେ । ଆଉ ଝିଅ ଭଡ଼ାଘରେ ରହୁଥିବା କଥା ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ ଜାଣି ନଥିଲେ ବୋଲି ସୂଚନା ମିଳିଛି ।

Advertisment

ଏପଟେ ଛାତ୍ରୀ ହୋଇ ହୋଟେଲରେ କଣ କରୁଥିଲେ ବୋଲି ତନାଘନା ଚାଲିଥିବା ବେଳେ ଥାନାରେ ବୟଫ୍ରେଣ୍ଡକୁ ହାଜର କରି ଜେରା ଚାଲିଛି । ୧୬୧ ଧାରାରେ ବୟଫ୍ରେଣ୍ଡର ବୟାନ ରେକର୍ଡ ହୋଇଛି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୋଲିସର ଜେରା କରିଛି । ଏହାରି ଭିତରେ ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଅଛନ୍ତି ।

ତେବେ ଯୁବତୀଙ୍କୁ କିଏ ଏହି ହୋଟେଲ ଡାକିଥିଲେ ନାଁ ସେ ନିଜେ ଏଠାକୁ ଆସିଥିଲେ ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ଝିଅର ମୃତ୍ୟୁ ପରେ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।