କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଯୋଗାଣ ବିଭାଗ ଦୁର୍ନୀତି ମହାକୁମ୍ଭ ପାଲଟିଛି। ଚାଷୀଙ୍କ ଧାନ କିଣାବିକା କାରବାରରେ କୋଟି କୋଟି ଟଙ୍କା ଦୁର୍ନୀତି ଧରାପଡ଼ିଥିଲା ବେଳେ ଏବେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ପରେ ରାସନ ସାମଗ୍ରୀରେ ୧୫ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା ଘୋଟାଲା ପଦାକୁ ଆସିଛି। ଆଧାର କାର୍ଡ ଲିଙ୍କ ହେବା ଫଳରେ ଜିଲ୍ଲାରେ ୩୬ ହଜାର ୪୪୨ଭୂତ ରାସନ ସାମଗ୍ରୀ ଖାଉଥିଲେ ବୋଲି ଧରାପଡିଛି। ଏହି ସଂଖ୍ୟା ବଢିବ ବୋଲି ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି।
/kanak/media/post_attachments/wp-content/uploads/2019/07/ration-750x428.jpg)
ପ୍ରତି ଦିନ ଶହଶହ ଭୂତ ହିତାଧିକାରୀଙ୍କର ଚିହ୍ନଟ ଚାଲିଛି। ଗତ ୧୨ତାରିଖ ତଥ୍ୟ ମୁତାବକ ଜିଲ୍ଲାରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ୩୨ହଜାର ୨୨୫ଜଣ ଥିବା ବେଳେ ୨୫ତାରିଖରେ ଏହା ବୃଦ୍ଧି ପାଇ ୩୬ହଜାର ୪୪୨ଜଣରେ ପହଞ୍ଚିଛି। ମାତ୍ର ୨ସପ୍ତାହ ମଧ୍ୟରେ ୪ହଜାର ୧୮୭ଜଣ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୫ ଡିସେମ୍ବର ମାସରୁ ଲାଗି କରାଯାଇଛି। ସେହିଦିନ ଠାରୁ ହିସାବ କଲେ ମୋଟ ୪୨ମାସରେ ଏହି ଭୂତ ହିତାଧିକାରୀଙ୍କ ନାମରେ ମଧ୍ୟ ପ୍ରତି ମାସରେ ୫କିଗ୍ରା ଚାଉଳ ଅବା ଗହମ ଅସାଧୁମେଣ୍ଟ ଚଳୁ କରିଆସୁଛନ୍ତି। କିଲୋ ପ୍ରତି ୨୦ଟଙ୍କା ଖୋଲା ବଜାରରେ ବିକ୍ରି ହେଉଥିବା ଚାଉଳ ଓ କିରାସିନିକୁ ହିସାବ କଲେ ୧୫ କୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସେହିପରି କିରାସିନିକୁ ହିସାବକୁ ନେଲେ ଏହା ମହାଦୁର୍ନୀତି ପରିମାଣ ୨୦ କୋଟି ଛୁଇଁବ ବୋଲି ଆକଳନ କରାଯାଇଛି। ଭୂତ ହିତାଧିକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ଏଥିପାଇଁ ଦାୟୀ କିଏ? ସରକାରଙ୍କର କୋଟି କୋଟି ଟଙ୍କା ହେରାଫେରି କାହା ଠାରୁ ଆଦାୟ କରାଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।