କନକ ବ୍ୟୁରୋ: ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । କେନ୍ଦୁଝର ଯୋଡା ଥାନାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ମୃତ ଯୁବକ ଯୋଡା ବିରିକଳା ଗାଁର ଦୀନେଶ ନାୟକ ବୋଲି ଜଣାପଡିଛି । କୌଣସି ଏକ ଅଭିଯୋଗରେ ଯୋଡା ପୋଲିସ ଦୀନେଶକୁ ଉଠାଇ ଆଣିବା ସହିତ ହେପାଜତରେ ରଖିଥିଲା । ତେବେ ଦୀନେଶଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୋଲିସ ସ୍ଥାନୀୟ ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କେମିତି ଆଉ କେଉଁ ପରିସ୍ଥିତିରେ ଦୀନେଶଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ସନ୍ଦେହ ବଢିଛି । ଉତେଜନା ଆଶଙ୍କା କରି ଯୋଡା ଥାନା ଓ ସ୍ଥାନୀୟ ମେଡିକାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । କେନ୍ଦୁଝର ଯୋଡା ଥାନାର ଘଟଣା ।
/kanak/media/post_attachments/wp-content/uploads/2024/03/d-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)