କନକ ବ୍ୟୁରୋ : ହଷ୍ଟେଲ ରୁମରୁ ମିଳିଲା ଯୁବତୀଙ୍କ ମୃତଦେହ । ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ଏକ ହଷ୍ଟେଲ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛ ଯୁବତୀଙ୍କ ମୃତଦେହ । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ ।

ସୂଚନା ଅନୁସାରେ, ସରୋଜିନୀ ଏକ ହୋଟେଲରେ କାମ କରନ୍ତି । ତେବେ ସୋମବାର ରାତିରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତେବେ ପରିବାରର ବିନା ଅନୁମତିରେ ହଷ୍ଟେଲ କବାଟ କାହିଁକି ଭଙ୍ଗାବଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଆଇନଜୀବୀ । ଆଇନଜୀବୀ ଜଣକ ଅଭିଯୋଗ କରିଛନ୍ତି ଯେ ଘର ମାଲିକ ବିନା କୌଣସି ପ୍ରମାଣପତ୍ରରେ ଏକାଧିକ ଯୁବତୀଙ୍କୁ ରଖିଛନ୍ତି । ଏପରିକି ସରୋଜିନୀଙ୍କୁ ଘର ଭଡ଼ା ଦେବା ପୂର୍ବରୁ ତାଙ୍କର କୌଣସି ପରିଚୟ ଘର ମାଲିକଙ୍କ ପାଖରେ ନଥିଲା ବୋଲି ଆଇନଜୀବୀ ଜଣକ ଅଭିଯୋଗ କରିଛନ୍ତି । ଯାହା ସରୋଜିନୀଙ୍କୁ ମୃତ୍ୟୁକୁ ସନ୍ଦେହ ଘେରକୁ ଠେଲି ଦେଇଛି । ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।