ଦିଗପହଣ୍ଡିରେ ମା’, ପୁଅଙ୍କ ସନ୍ଦେହଜନକ ମୃତ୍ୟୁ: ବନ୍ଦ ଘରୁ ମିଳିଲା ୨ ମୃତଦେହ

161

କନକ ବ୍ୟୁରୋ: ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ହେଲେ ଡାଲି ନିଲାବେଣି (୩୫) ଓ ତାଙ୍କ ୯ ବର୍ଷର ପୁଅ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ସୂଚନା ଅନୁଯାୟୀ, ଡାଲି ନିଲାବେଣିଙ୍କ ସ୍ବାମୀ ଘରେ ନଥିଲେ। ସକାଳେ ବିଳମ୍ବିତ ସମୟ ପର୍ୟ୍ୟନ୍ତ ନିଳାବେଣି ଘରର କବାଟ ନ ଖୋଲିବାରୁ ପାଖ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ସେମାନେ ଘଟଣା ସଂପର୍କରେ ପୁଲିସ ଖବରକୁ ଦେଇଥିଲେ। ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।