କନକ ବ୍ୟୁରୋ: ହୋଟେଲ ଭିତରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଅଶୋକନଗରରେ ଥିବା ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି ସିଆରପିଏଫ ଯବାନଙ୍କ ମୃତଦେହ । ମୃତ ଯବାନ ରାଜସ୍ଥାନର ମିର ସିଂ ବୋଲି ଜଣାଯାଇଛି । ତାଙ୍କ ବୟସ ପାଖାପାଖି ୪୨ ହେବ । କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମିର ସିଂ ଝାଡଖଣ୍ଡ ୨୧୪ ବାଟାଲିୟନର ସିଆରପିଏଫ ଯବାନ ଭାବେ କାମ କରୁଥିଲେ । କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ କରାଯାଉଛି । ଘର ଲୋକଙ୍କୁ ଖବର ଦିଆଯାଇଛି ସେମାନେ ପହଞ୍ଚିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜଣାଯାଇଛି । ମିର ସିଂ ୨ ଦିନ ତଳେ ଭୁବନେଶ୍ୱର ଆସି ଏହି ହୋଟେଲରେ ରହୁଥିଲେ