ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଦୁଇବର୍ଷ ଛୁଆ ଓ ଯୁବକଙ୍କ ମୃତଦେହ ଉଦ୍ଧାର

230

କନକ ବ୍ୟୁରୋ: କୋରାପୁଟ ଲକ୍ଷ୍ମୀପୁର ଅଂଚଳରେ ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତ ଅବସ୍ଥାରେ ସ୍ତ୍ରୀ, ଦୁଇବର୍ଷର ଛୁଆ ଓ ଜଣେ ଯୁବକର ମୃତଦେହ ମିଳିଛି । ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିବା ପରେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଲକ୍ଷ୍ମୀପୁରର ତୟାପୁଟ ଗାଁରେ ଏହି ଘଟଣା ଘଟିଛି । ଘଟଣା ପଛର କାରଣ ଜଣାପଡିନାହିଁ । ସଂପୃକ୍ତ ଯୁବକ ଲିଙ୍ଗରାଜ ବିଷୋୟୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।