କନକ ବ୍ୟୁରୋ : ରାଜ୍ୟରେ ଥମୁନି ଜେଲ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣା । ମାଲାକନଗିରି ଉପ କାରାଗାରରୁ ପୁଣି ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଭୋର ସମୟରୁ ପାଇଖାନା ଭିତରୁ ପୁଣି ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଗୋଟିଏ ହତ୍ୟା ମାମଲାରେ ମାଲକାନଗିରି ଏମଭି ୩୩ ଗାଁର ବିଧାନ ମିର୍ଧା ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗତ ୪ ବର୍ଷ ଧରି ବିଚାରୀଧୀନ କଏଦୀ ଭାବେ ସଜା କାଟୁଥିଲେ ।
ଏହା ପୂର୍ବରୁ ୨୦୨୦ ଡିସେମ୍ବରରେ ମାଲକାନଗିରି ଉପକାରାଗରରେ ଜଣେ ବିଚାରାଧିନ କଏଦୀ ନିଜ ବେକ କାଟି ଆତ୍ମହତ୍ୟା କରିଥିଲେ । ୨୦୧୬ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦୁଇ କଏଦୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା । କେବଳ ଓଡିଶାରେ ଗତ ୧୦ ବର୍ଷରେ ୫୪୬ ଜଣ ଅନ୍ତେବାସୀ ଆତ୍ମହତ୍ୟା କରିଥିବା ନେଇ ଗୃହରେ ବିଧାୟକ ସୌମ୍ୟରଂଜନ ପଟ୍ଟାନାୟକଙ୍କ ପ୍ରଶ୍ନ ଉତର ରଖିଥିଲେ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରୀକାନ୍ତ ବେହେରା ।
ସାରା ଭାରତ ବର୍ଷ ତୁଳନାରେ ଉତର ପ୍ରଦେଶ ପରେ ଓଡିଶା ଜେଲରେ ମାନସିକ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ରାଜ୍ୟରେ ୮୭ଟି ଜେଲରେ ୮୦୦ ରୁ ଅଧିକ ମାନସିକ ଭାବେ ଦୁର୍ବଳ ଅନ୍ତେବାସୀ ଥିବା ନେଇ ଜେଲ ଡିଜି ମନୋଜ କୁମାର ଛାବ୍ରା ସୂଚନା ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ମାନସିକ ରୋଗୀ ଥିବା ବେଳେ କୋରାପୁଟ ଓ ଜୟପୁର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି । ଗତ ଡିସେମ୍ବର ମାସରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ମୃତ୍ୟୁ ହୋଇଥିଲା । ଏହା ପରେ ରାଜ୍ୟର ସମସ୍ତ ଜେଲରେ ଅନ୍ତେବାସୀଙ୍କ ମାନସିକ ସ୍ଥିତି ଯାଞ୍ଚ ଲାଗି ବ୍ୟବସ୍ଥା ଆରମ୍ଭ ହୋଇ ଥିଲା । ତଥାପି କିନ୍ତୁ ଜେଲ ଭିତରେ ଅନ୍ତେବାସୀଙ୍କ ମୃତ୍ୟୁ ଥମିବାର ନାଁ ଧରୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-11-at-7.55.04-AM.jpg)