ଅମ୍ବାନୀଙ୍କ ଘର ଆଗରୁ ସନ୍ଦିଗ୍ଧ କାର ଜବତ ଘଟଣା । କ୍ରାଇମବ୍ରାଂଚକୁ ମିଳିଲା ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ମିଳିଲା ସ୍କୋର୍ପିଓ ଡ୍ରାଇଭର ଫଟୋ ।

179

କନକ ବ୍ୟୁରୋ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଟେଂଲିଆ ନିକଟରୁ ସନ୍ଦିଗ୍ଧ କାର ଓ ଏହା ଭିତରୁ ବିସ୍ଫୋରକ ସାମ୍ରଗୀ ଜବତ ଘଟଣାରେ କ୍ରାଇମବ୍ରାଂଚକୁ ମିଳିଛି ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ସ୍କୋର୍ପିଓ କାରରୁ ଡ୍ରାଇଭର ଫଟୋ ମିଳିଛି । ଯିଏକି ଘଟଣାଦିନ ଆଟେିଂଲିଆ ସ୍କର୍ପିଓ ଗାଡିକୁ ଛାଡି ଏକ ଇନୋଭା କାରରେ ଫେରାର ହୋଇଥିଲା ।

ମୁମ୍ବାଇ କ୍ରାଇମବ୍ରାଂଚ ଟିମକୁ ମୁଲୁଣ୍ଡ ଟୋଲ ପ୍ଲାଜା ସିସିଟିଭି ଫୁଟେଜରୁ ଏହି ସୁରାକ ମିଳିଛି । ଏବେ ଟିମ ଘୋଡବନ୍ଦର, ଠାଣେ, ଶାହାପୁର, ନାସିକ, ଭିବଣ୍ଡୀ ପର୍ଯ୍ୟନ୍ତ ସିସିଟିଭି ଫୁଟେଜର ଖୋଲତାଡ କରିଛି ।ଗାଡିରେ ବ୍ୟବହୃତ ନମ୍ବର ପ୍ଲେଟ ଫର୍ଜୀ ଥାଇପାରେ ବୋଲି ଆଶଙ୍କା କରିଛି ତଦନ୍ତକାରୀ ଟିମ । ମୁମ୍ବାଇ ପୁଲିସ, କ୍ରାଇମବ୍ରାଂଚ ଓ ଏଟିଏସ ଘଟଣାର ତଦନ୍ତ କରୁଛନ୍ତି ।