କନକ ବ୍ୟୁରୋ: କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ଅତିଶୀଘ୍ର ହଟିବ ନିଲମ୍ବନ । ନୂଆ ପ୍ରଭାରୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ସଜବାଜ ହେଉଥିବା ବେଳେ ଆଗକୁ ନିର୍ବାଚନ ଥିବାରୁ ଏକଜୁଟ ହୋଇ ଲଢ଼ିବୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

Advertisment

ନୂଆ ପ୍ରଭାରୀ ଆସିଲା ପରେ ପର୍ଯ୍ୟାୟକ୍ରମେ ବୈଠକ ବସିବ ଏବଂ ୨୦୨୪ପାଇଁ ଏକାଠି ହୋଇ ରଣନୀତି ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ । ନୂଆ ପ୍ରଭାରୀ ଅଜୟ କୁମାର ୬ଓ ୭ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ ।