କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ହାତଲେଖା ଚିଠି ବଢ଼ାଇଲା ସନ୍ଦେହ। 

କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ହାତଲେଖା ଚିଠି ବଢ଼ାଇଲା ସନ୍ଦେହ। 

କନକ ବ୍ୟୁରୋ: କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ହାତ ଲେଖା ଚିଠି ସନ୍ଦେହ ବଢାଉଥିବା ବେଳେ ପୁଣି ଥରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । କହିଛନ୍ତି, ମୁହଁରେ ଦାଗ ଥିବାରୁ ପଥରରେ ଛେଚି ହତ୍ୟା କରାଯାଇଛି । ଶେଷ ଥର ପାଇଁ ରାଜଶ୍ରୀଙ୍କ ସହ କଣ କଥା ହୋଇଥିଲେ ଭଉଣୀ ଜୟଶ୍ରୀ, କନକ ନ୍ୟୁଜ୍କୁ ଫୋନ ଯୋଗେ ସୂଚନା ଦେଇଛନ୍ତି । ୧୦ତାରିଖରେ ଚୂଡାନ୍ତ ଖେଳାଳି ତାଲିକା ପ୍ରକାଶ ପାଇବା ପରେ ରାଜଶ୍ରୀଙ୍କୁ ସୁଯୋଗ ମିଳିନଥିବା ଜାଣିପାରିଥିଲେ । ପରଦିନ ସକାଳ ପ୍ରାୟ ସାଢେ ୯ଟା ବେଳେ ରାଜଶ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ଭଉଣୀ ଜୟଶ୍ରୀ ।
ତାଙ୍କ କହିବା ହେଲା ଫୋନରେ କଥା ହେଲା ବେଳେ ଅଣନିଶ୍ୱାସୀ ହୋଇପଡୁଥିଲେ ରାଜଶ୍ରୀ । ଚୂଡାନ୍ତ ପର୍ଯ୍ୟାୟରୁ ବାଦ ପଡିବାରୁ କୋହ ଧରି କାନ୍ଦୁଥିଲେ । ଧାଡିଏ ଦୁଇ ଧାଡି କଥାବାର୍ତା ପରେ ଫୋନ୍ କଟିଗଲା । ଆଉ ଯେତେ ଫୋନ୍ କଲେ ବି ରାଜଶ୍ରୀ ଫୋନ୍ ଉଠାଇ ନଥିଲେ ଓ ଶେଷରେ ତାହା ସ୍ୱିଚ ଅଫ୍ ହୋଇଯାଇଥିଲା । ତେଣୁ ରାଜଶ୍ରୀଙ୍କ ସହ କିଛି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଭଉଣୀ ଜୟଶ୍ରୀ ସ୍ୱାଇଁ ।

କ୍ରିକେଟର ରାଜଶ୍ରୀ ସ୍ୱାଇଁ ତାଙ୍କ ଶେଷ ଚିଠିରେ କୋଚ ମାଣ୍ଡେଲା ସାରଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ କିଏ ଏହି ମାଣ୍ଡେଲା ସାର ଓସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ଅଛନ୍ତି ମାଣ୍ଡେଲା ସାର । କୁହାଯାଉଛି ଚୟନ କମିଟିରେ ନଥାଇ ସୁଦ୍ଧା ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳି ଚୟନ ବେଳେ ତାଙ୍କର ପ୍ରଭାବ ରହିଥାଏ । ଏପରି କି ସେ କୌଣସି ପଦପଦବୀରେ ନାହାନ୍ତି, ତଥାପି ତାଙ୍କ ଅନୁମିତି ବିନା ଟିମରେ ସ୍ଥାନ ମିଳେ ନାହିଁ  ତେବେ କିଏ ଏହି ମାଣ୍ଡେଲ ସାର । ସେ କେମିତି ଏତେ ପ୍ରଭାବଶାଳୀ ହେଲେ? ସେ କାହା ବଳରେ ଏତେ ବଳୀୟାନ?

ଯାହାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ରାଜଶ୍ରୀ । ଓଡିଶା ସିନିୟର ମହିଳା ଦଳ ପାଇଁ ଚୟନ ନହେବା ଏବଂ ଗଛରେ ଝୁଲି ଜୀବନ ହାରିବା ଦେବା ପଛରେ ଏହି ବ୍ୟକ୍ତିଙ୍କର କଣ ଭୂମିକା ରହିଛି । ହାତ ଲେଖା ଚିଠିକୁ ଆଧାର କରି ଓସିଏର ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ତଦନ୍ତ କରିବ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe