ଆଶା ଆଶଙ୍କାରେ ମାଟ୍ରିକ ପରୀକ୍ଷା : ଚଳିତ ବର୍ଷ ଡେରିରେ ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ୩ ମାସ ପାଠପଢା ପରେ କରାଯିବ ପରୀକ୍ଷା

206

କନକ ବ୍ୟୁରୋ : ଚଳିତ ଶିକ୍ଷାବର୍ଷରେ ବିଳମ୍ୱରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ହେବ କିନ୍ତୁ ବିଳମ୍ୱିତ ହୋଇପାରେ । ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଶିକ୍ଷା ବର୍ଷରେ ପରୀକ୍ଷା ଆଗରୁ ଅତି କମ୍ ରେ ୩ ମାସ ପାଠପଢା ହେବ । ଏହା ପରେ ପରୀକ୍ଷା ହେବ । ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ , ତାହା ହେଲେ ପରୀକ୍ଷା ହୁଏତ ବନ୍ଦ ହୋଇପାରେ ।

ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ ହୁଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ । ଡିସେମ୍ୱର ୩୧ ପରେ ଖୋଲିପାରେ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

କରୋନାର ଦ୍ୱିତୀୟ ଲହରକୁ ନଜରରେ ରଖି ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ ଖୋଲିବା ନିଷ୍ପତିକୁ ପ୍ରତ୍ୟାହାର କରି ଆସନ୍ତା ଡିସେମ୍ୱର ୩୧ ଯାଏଁ ସ୍କୁଲ ବନ୍ଦ ରଖିବାକୁ ପୂର୍ବରୁ ଘୋଷଣା କରିଛନ୍ତି ।