ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ। ପିଟିପିଟି ମାରି ଦିଆଯାଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ।

125

କନକ ବ୍ୟୁରୋ: ସନ୍ଦେହ ଘେରରେ ଅନ୍ତେବାସୀଙ୍କ ମୃତ୍ୟୁ । ଭୁବନେଶ୍ୱର କୋଳଥିଆ ନିଷ୍ଠା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମୃତଦେହ ମିଳିଛି । ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ୩୮ବର୍ଷୀୟ ରାଜୀବ ଶ୍ରୀଚନ୍ଦନ ସପ୍ତାହେ ତଳେ ଏଠାରେ ଭର୍ତି ହୋଇଥିଲେ । ନିଶା ନିବାରଣ କେନ୍ଦ୍ରର ନିକଟରେ ଏମ୍ସ ଥିବା ବେଳେ ସେଠାକୁ କାହିଁକି ରାଜୀବଙ୍କୁ ନିଆଗଲା ନାହିଁ ବୋଲି ବଡ଼ ପ୍ରଶ୍ନ ଉଠିଛି । ଏହାସହ ଆମ୍ବୁଲାନ୍ସରେ ତାଙ୍କୁ ନିଆନଯାଇ ଏକ ଅଟୋରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ସମଗ୍ର ଘଟଣାକୁ ସନ୍ଦେହ ଘେରକୁ ନେଇଆସିଛି ।

ନିଶା ନିବାରଣ କେନ୍ଦ୍ରର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି ହୋଇଛି । ଅଭିଯୋଗ ନେଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ । ଅପରପକ୍ଷରେ ନିଷ୍ଠା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଅସୁସ୍ଥତା କାରଣରୁ ତାଙ୍କ ମୃତ୍ୟୁ ହୋଇଛି ଏବଂ ପୋଷ୍ଟମର୍ଟମ ରିପୋର୍ଟରୁ ସବୁ ସତ ସାମ୍ନାକୁ ଆସିବ ବୋଲି ନିଷ୍ଠା ନିବାରଣ କେନ୍ଦ୍ର କାଉନସିଲର କହିଛନ୍ତି ।