କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ୫୦୦ ପୃଷ୍ଠାର ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ରଖିଛି । ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା ଗୋପାଳ । ଏପରିକି ଏହାପରେ ସେ ହତ୍ୟା ପାଇଁ ବାରମ୍ବାର ପ୍ରୟାସ କରି ବି ବିଫଳ ହୋଇଥିଲା ।

Advertisment

ବ୍ରଜରାଜନଗରରେ ନବଙ୍କୁ ହତ୍ୟା କରିବାକୁ ଯାଇ ଫେଲ୍ ମାରିଥିଲା ଗୋପଳା । ସେହିଦିନ ଠାରୁ ଗୋପାଳ ନିଜ ସର୍ଭିସ ପିସ୍ତଲରେ ଗୁଳି ଲୋଡ କରି ରଖିଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ଚାର୍ଜସିଟରେ ସମାନ ତଥ୍ୟ ରହିଛି । ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗୋପାଳ ଗାଡି ଯାଞ୍ଚ କରିଥିଲେ । ଏହି ସମୟରେ ନବ ତାଙ୍କୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ । ତାପରଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଗୋପାଳ ଏହିଭଳି ବଡକାଣ୍ଡ ଘଟାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।