ମୁହଁ ଖୋଲିଲେ ଗିରଫ ଆଇଏଏସ ଅଫିସର ବିଜୟ କେତନଙ୍କ ସ୍ତ୍ରୀ । କହିଲେ ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି । ବିନା କାରଣରେ ହଇରାଣ କରାଯାଉଛି...

ମୁହଁ ଖୋଲିଲେ ଗିରଫ ଆଇଏଏସ ଅଫିସର ବିଜୟ କେତନଙ୍କ ସ୍ତ୍ରୀ । କହିଲେ ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି । ବିନା କାରଣରେ ହଇରାଣ କରାଯାଉଛି...

କନକ ବ୍ୟୁରୋ: ମୁହଁ ଖୋଲିଲେ ଗିରଫ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ । ପ୍ରେସମିଟ କରି ନିଜ ସ୍ୱାମୀଙ୍କ ଗିରଫ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ବିଜୟଙ୍କ ସ୍ତ୍ରୀ ତୁସୀମା ମିଶ୍ର । ମୋ ସ୍ୱାମୀଙ୍କୁ ବିନା କାରଣରେ ହଇରାଣ କରାଯାଉଛି । ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଅଭିଯୋଗ ଅଣାଯାଇଛି । ତାଙ୍କୁ ଜାଣିଶୁଣି ଫସା ଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗିରଫ ଆଇଏଏସ ବିଜୟ କେତନଙ୍କ ସ୍ତ୍ରୀ ।

publive-image

ତେବେ ଆମ ଘରୁ କୌଣସି ବେନାମୀ କାଗଜ ପତ୍ର, ବେନାମୀ କାରବାର ଜିନିଷ, ବେଆଇନ ଜମି କିମ୍ବା କୌଣସି ଅସ୍ତ୍ରଶସ୍ତ୍ର ନଥାଇ ବି ତାଙ୍କୁ ରାତି ଅଧରେ ଭିଜିଲାନ୍ସ ଉଠାଇ ନେଇଥିବା କହି କେଉଁ ଆଧାରରେ ମୋ ସ୍ୱାମୀଙ୍କୁ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି ତୁସୀମା ।
ସେପଟେ ରାତି ଅଧିଆ ଭିଜିଲାନ୍ସ ରେଡ କଥା କହିଛନ୍ତି ବିଜୟଙ୍କ ସ୍ତ୍ରୀ । ଡିସି ମିଟିଂ ଚାଲିଥିବା ବେଳେ ବିଜୟଙ୍କୁ ଭିଜିଲାନ୍ସ ଉଠାଇ ଆଣି ଘରେ ଛାଡିଥିଲା । ବିଜୟ ସର୍ଚ୍ଚ ୱାରେଣ୍ଟ ମାଗିଥିଲେ ବି ବିନା ସର୍ଚ୍ଚ ୱାରେଣ୍ଟରେ ଘରେ ରେଡ କରିଥିଲା ଭିଜିଲାନ୍ସ । ତେବେ ଉପରୁ ଚାପ ପଡିଥିବା କହି ଭିଜିଲାନ୍ସ ଟିମ୍ ରେଡ ଆରମ୍ଭ କରିଥିଲା । ଆମେ ମଧ୍ୟ ତାଙ୍କୁ ସର୍ଚ୍ଚରେ ସହଯୋଗ କରିଥିଲୁ ।

ଖାଲି ଆମ ଘର ନୁହେଁ ମୋ ବାପ ଘର ଓ ଶ୍ୱଶୁର ଘର ମଧ୍ୟ ୧୦ ଘଣ୍ଟା ଧରି ରେଡ କରିଥିଲେ । ତେବେ ଘରୁ କୌଣସି ବେଆଇନ କିମ୍ବା ବେନାମୀ ଜିନିଷ ନମିଳି ବି ଅଧିକ ପଚରାଉଚରା ପାଇଁ ମୋ ସ୍ୱାମୀଙ୍କୁ ରାତି ୧୨ଟାରେ ଘରୁ ଉଠାଇ ନେଇଥିଲା ଭିଜିଲାନ୍ସ । ଭାବନ୍ତୁ ସ୍ୱାମୀଙ୍କୁ ନେଇଯିବା ପରେ ଛୋଟ ଛୁଆକୁ ନେଇ ରାତି କାଟିବା ମୋ ପାଇଁ କେତେ କଷ୍ଟ ଥିବ ବୋଲି କହିଛନ୍ତି ତୁସୀମା ।

ତେବେ ଘରୋଇ ବ୍ୟାଙ୍କ ମ୍ୟାନେଜରଙ୍କ ମାଧ୍ୟରେ ବିଜୟ ଟଙ୍କା କାରବାର କରୁଥିବା କଥାକୁ ଖଣ୍ଡନ କରିଛନ୍ତି ବିଜୟଙ୍କ ସ୍ତ୍ରୀ ତୁସୀମା । ୭୦ ଲକ୍ଷ ଟଙ୍କାର ନଗଦ କାରବାର କଥାରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜୟଙ୍କ ସ୍ତ୍ରୀ । କହିଛନ୍ତି ଆମ ଘରେ ସମସ୍ତେ ଚାକିରି କରିଛନ୍ତି । ଆମେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଚାକିରି କରିଛୁ ତେଣୁ ସେ ଟଙ୍କା ସବୁ ଆମ ଆକାଉଣ୍ଟରେ ରହେ । ତାପରେ ବିଜୟଙ୍କ ଭାଇ ଓ ବାପା ମଧ୍ୟ ତାଙ୍କ ଟଙ୍କା ପଠାନ୍ତି ବୋଲି କହି ବିଜୟଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ରହୁଥିବା ଅଭିଯୋଗର ସ୍ପଷ୍ଟୀକରଣ ଦେଇଛନ୍ତି ତୁସୀମା ।

ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଘରେ ରେଡ କରି ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ଆବେଦନ ଖାରଜ ପରେ ତାଙ୍କୁ ଅଧିକ ପଟାରଉଚରା ପାଇଁ ରିମାଣ୍ଡରେ ନିଆଯାଇଥିଲା । ତେବେ ରିମାଣ୍ଡ ଅବଧି ଶେଷ ପରେ ଏବେ ଝାରପଡା ଜେଲରେ ଅଛନ୍ତି ନିଲମ୍ବିତ ଆଇଏଏସ ବିଜୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe