ହାଥରସ ଜିଲ୍ଲାପାଳଙ୍କୁ ହଟାଇବାକୁ ଜୋର ଧରିଲା ଦାବି । କଙ୍ଗନାଙ୍କ ଭଳି ପୀଡିତାଙ୍କ ପରିବାରକୁ ୱାଇ କାଟାଗୋରୀ ସୁରକ୍ଷା ଦେବାକୁ ତେଜିଲା ଦାବି ।

794

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି । ସେପଟେ ପୀଡିତାଙ୍କ ପରିବାର ପକ୍ଷରୁ ହାଥରସ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ଦାବି କରାଯାଇଛି । ପରିବାର ଲୋକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ତେବେ ଆଜି ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହାପରେ ସେ ପୀଡିତ ପରିବାରକୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । କହିଛନ୍ତି ଯଦି କଙ୍ଗନାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ମିଳିପାରୁଛି, ତେବେ ହାଥରସ ପୀଡିତାଙ୍କ ପରିବାର ମିଳିବ ପାରିବ ନାହିଁ କାହିଁକି । ସେପଟେ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ହାଥସରେ ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀଙ୍କୁ ଉପରେ ଲାଠିଚାର୍ଜ କରିଛି ପୁଲିସ ।