ବିଜେଡି-ବିଜେପି ମେଣ୍ଟ ନେଇ ଛିଣ୍ଡୁନି ଅଙ୍କ ! ଦିଲ୍ଲୀରୁ ଫେରି ଶଙ୍ଖ ଭବନରେ ପହଞ୍ଚିଲେ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ।

1,590

କନକ ବ୍ୟୁରୋ : ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଓଡ଼ିଶା ଫେରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନ । ଶଙ୍ଖ ଭବନରେ ଉଭୟ ନେତା ପହଞ୍ଚିବା ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ମେଣ୍ଟ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ପାରୁନି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସନ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡୁନଥିବା ବେଳେ ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି । ଉଭୟ ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଉଭୟ ଦଳ ମଧ୍ୟରେ ଅଙ୍କ ଛିଣ୍ଡୁନି । ଏହି ୨ ଆସନ ବିଜେଡି ରଖିବାକୁ ଚାହୁଁଛି ।

ଅନ୍ୟପଟେ ବିଜେପି ୧୦୦ରୁ ଅଧିକ ଆସନ ବିଜେଡିକୁ ଛାଡିବାକୁ ଚାହୁଁନି । ରାଜ୍ୟରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି ରାଜ୍ୟ ନେତୃତ୍ୱ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇଛନ୍ତି । ମେଣ୍ଟ ବାବଦରେ କୌଣସି ଆଲୋଚନା କି ନିଷ୍ପତ୍ତି ହୋଇନି ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।