ମହାନାଟକ ଚାଲିଛି ମହାରାଷ୍ଟ୍ରରେ । ମୁଖ୍ୟମନ୍ତ୍ରୀ ନେଇ ଏବେ ବି ସସପେନ୍ସ ଜାରି । ସଞ୍ଜୟ କହିଲେ, ଶିବସେନା ପାଖରେ ରହିଛି ୧୭୦ ବିଧାୟକଙ୍କ ସମର୍ଥନ, ପଇସା ଓ ପୋଲିସ ବଳରେ ସରକାର ଗଢିପାରେ ବିଜେପି ।

232

କନକ ବ୍ୟୁରୋ : ମହାରାଷ୍ଟ୍ରରେ କାହାର ସରକାର ଗଠନ ହେବ ତାହା ସ୍ପଷ୍ଟ ହୋଇପାରୁନି । ଶିବସେନା ମୁଖ୍ୟମନ୍ତ୍ରୀ ଓ ୫୦-୫୦ ଫର୍ମୂଲାକୁ ନେଇ ଅଡି ବସିଛି । ଏଥିପାଇଁ ବିଜେପି-ଶିବସେନା ମେଂଟ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁ ନାହିଁ । ଆଉ ଏହି ଅଚଳାବସ୍ଥା ଭିତରେ ଶିବସେନା ଓ ଏନସିପି ମେଂଟ ସମ୍ଭାବନାର ସଙ୍କେତ ମିଳିଛି । ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଦଳ ସମର୍ଥନରେ ୧୭୦ ବିଧାୟକ ଅଛନ୍ତି । ତେଣୁ ବିଜେପି ସହ କେବଳ ମୁଖ୍ୟମନ୍ତ୍ରୀ ପାଇଁ କଥାବାର୍ତ୍ତା କରାଯିବ ।

ସେପଟେ ନିର୍ବାଚନ ଫଳାଫଳ ଘୋଷଣା ପରଠୁ ବିରୋଧୀ ଆସନରେ ବସିବୁ ବୋଲି କହୁଥିବା ଏନସିପିର ସ୍ୱର ବଦଳିଛି । ଏନସିପି ନେତା ଅଜିତ ପାୱାର କହିଛନ୍ତି, ସଂଜୟ ରାଉତଙ୍କ ମେସେଜ ଆସିିଛି, ଆଗକୁ ତାଙ୍କ ସହ କଥା ହେବି । ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀରେ ଅଛନ୍ତି । ତେଣୁ ବିଜେପିକୁ ଛାଡି କଂଗ୍ରେସ, ଏନସିପି ସହାୟତାରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ଚର୍ଚ୍ଚା ଜୋର ଧରିଛି ।