ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ : ରାତି ଅଧରେ ବାଡିରୁ ମିଳିଲା ଦାଦନ ଫେରନ୍ତା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର; ସନ୍ଦେହ ବଢାଇଲା ମହିଳାଙ୍କ ଫୋନ୍ କଲ୍

ପରିବାର ଆଣିଲେ ହତ୍ୟା ଅଭିଯୋଗ

960

କନକ ବ୍ୟୁରୋ : ନିଆଳି ମହତାପାରୀରେ ଘଟିଛି ଅଭାବନୀୟ ଘଟଣା । ଦାଦନ ଫେରନ୍ତା ଯୁବକଙ୍କର ନିଜ ବାଡିରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ । ମୃତ ଯୁବକଙ୍କ ନାମ କାହ୍ନୁ ବେହେରା, ବୟସ ୨୩ ବର୍ଷ ହେବ । ଗତ ୧୬ ତାରିଖରେ ଘରେ କାହ୍ନୁ ଶୋଇଥିଲେ । ଅଧରାତିରେ ତାଙ୍କ ବାଡିରେ ନିଆଁ ଜଳୁଥିବା ଦେଖି ପଡୋଶୀ ଚିତ୍କାର କରିବା ପରେ, ଗାଁ ଲୋକେ କାହ୍ନୁକୁ ଜଳୁଥିବାର ଦେଖିଥିଲେ । ସେତେବେଳକୁ ତାଙ୍କ ଶରୀର ୯୦ ଭାଗ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତ ୧୭ ତାରିଖରେ କାହ୍ମୁଙ୍କ ମୃତ୍ୟୁ ହୋଇଥିଲା ।

ପୁରୀ ସ୍ୱର୍ଗଦ୍ୱାରରେ ପୁଅର ଅନ୍ତିମସଂସ୍କାର କରି ଫେରିବା ପରେ କାହ୍ନୁର ମୋବାଇଲକୁ ଅନ୍ୟ ଏକ ନମ୍ବରୁ କଲ ଆସିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ । ଭୟସ କଲ ଜଣେ ମହିଳାଙ୍କ ସ୍ୱର ଥିବା ଜାଣିବା ପରେ ପରିବାର ଲୋକଙ୍କ ମଥା ଘୁରୀ ଯାଇଥିଲା । ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା ସନ୍ଦେହ କରି ଥାନାରେ ଏତଲା କରିଛନ୍ତି ମୃତ କାହ୍ନୁଙ୍କ ପରିବାର । କାହ୍ନୁଙ୍କ ଶୋଇବା ଘରେ କିଛି ରକ୍ତ ଛିଟା ମିଳିଛି । କାହ୍ନୁଙ୍କ ମୋବାଇଲକୁ ଆସିଥିବା ମହିଳାଙ୍କ ଭଏସ କଲ କାହାର ? ଏସବୁକୁ ପୋଲିସ ସଠିକ୍ ତଦନ୍ତ କଲେ, ତାଙ୍କ ପୁଅର ମୃତ୍ୟୁ ପଛର କାରାଣ ବାହାରିବ ବୋଲି ଦାବି କରିଛନ୍ତି ପରିବାର ଲୋକ ।