କନକ ବ୍ୟୁରୋ: ଓଡ଼ିଶାରେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଘଟଣାରେ ଏସଟିଏଫ ଛାନଭିନକୁ ଜୋରଦାର କରିଛି । ଏସଟିଏଫ୍ ଆଜି ବୁଖାରୀକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ।

Advertisment

ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଣ୍ଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେ, ଦେଶ ବିରୋଧୀ ତ୍ତ୍ୱଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ । ତେଣୁ ସିଡିଆର ରିପୋର୍ଟ ଅନେକ କିଛି ଗୁମର ଖୋଲିବ ବୋଲି କୁହାଯାଉଛି । ଇଶାନ ବୁଖାରି ଏବେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ଏସଟିଏଫ । ଜାମିନ ନାମଞ୍ଜୁର ହେବା ପରେ ବୁଖାରୀକୁ ରଗଡି ଜେଲକୁ ପଠାଇ ଦିଆଯାଇଛି ।

ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିବା ପରେ ଧର୍ମଶାଳାର ନେଉଳପୁର ମିଲତନଗରରେ ପହଞ୍ଚିି ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ । ଏଠାରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ବୁଖାରୀଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ରହୁଛନ୍ତି । ୨୦୧୮ରୁ ଏହି ଘରକୁ ବୁଖାରୀ ନିୟମିତ ଭାବେ ଆସୁଥିଲେ । ୨୦୨୦ରେ ଏକ ଅଭିଯୋଗ ମାମଲାରେ ବୁଖାରୀକୁ ପଚରାଉଚରା କରି ଛାଡିଦେଇଥିଲା । ଏପରିକି ଆଧାରକାର୍ଡ ପାଇଁ ଉଦ୍ୟମ କରି ବି ବିଫଳ ହୋଇଥିଲା ବୁଖାରୀ ।