କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବିଙ୍କୁ ୫ ହଜାର ଟଙ୍କା ମାଗିଥିଲେ ରଶ୍ମିରେଖା । ତାଙ୍କର ସେହି ବାନ୍ଧବୀ ଜଣଙ୍କ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ବୟାନ ଦେଇ କହିଛନ୍ତି ତାଙ୍କର ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିହେବ ନାହିଁ । ବିଭିନ୍ନ ସମୟରେ ଅନ୍ୟମାନଙ୍କ ସମସ୍ୟା ସମାଧାନ କରୁଥିବା ରଶ୍ମିରେଖା ମୋବାଇଲ ଫୋନ୍ ଯାଂଚ କରାଯାଉ ଏବଂ ତାଙ୍କୁ ନାୟ ମିଳୁ ବୋଲି ବାନ୍ଧବୀ କହିଛନ୍ତି । ସେପଟେ ରଶ୍ମିରେଖାଙ୍କ ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ତଦନ୍ତ କରୁଛି ପୋଲିସ । କେଉଁ ପରିସ୍ଥିତିରେ ମୃତ୍ୟୁର ବାଟ ବାଝିନେଲେ ଅଭିନେତ୍ରୀ ତନାଘନା କରୁଛି ପୋଲିସ । କିଛିମାସ ହେବ ନିଜର ପୁରୁଷ ବନ୍ଧୁ ସନ୍ତୋଷ ପଣ୍ଡାଙ୍କ ସହ ନୟାପଲି ସ୍ଥିତ ଗଡସାହିରେ ରହୁଥିଲେ । ତାଙ୍କ ସହ ରଶ୍ମିରେଖାଙ୍କର କିଛି ବିବାଦ ଲାଗି ରହିଥିଲା । ରଶ୍ମିରେଖାଙ୍କ ପୂର୍ବତନ ବନ୍ଧୁ ରାଜାଙ୍କୁ ନେଇ ସନ୍ତୋଷଙ୍କ ସହ ସବୁବେଳେ ଝଗଡା ଲାଗି ରହୁଥିଲା ।

- ଟେଲି ଅଭିନେତ୍ରୀଙ୍କ ରହସ୍ୟମୟ ମୃତ୍ୟୁ
- ଆତ୍ମହତ୍ୟା ନା ହତ୍ୟା
- ସୁଇସାଇଡ୍ ନୋଟ୍ ଖୋଲିବ ବି ମୃତ୍ୟୁର ରହିସ୍ୟ?
- କାହା ସହ ଶେଷଥର କଥା ହୋଇଥିଲେ ଅଭିନେତ୍ରୀ ରଶ୍ମିରେଖା?
- ଫୋନ୍ କଲ ଖୋଲିବ କି ମୃତ୍ୟୁର ସତ?
- ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି କି ରଶ୍ମିରେଖା?
- ଜଗତସିଂହପୁର ତିର୍ତୋଲ ଥାନା ସଙ୍କେତପାଟଣାରେ ରଶ୍ମିରେଖାଙ୍କ ଘର
- ଯୁକ୍ତ ଦୁଇ ପରେ ଅଭିନୟ କରିବା ପାଇଁ ଭୁବନେଶ୍ୱର ଆସିଥିଲେ
- ନିକଟରେ ‘କେମିତି କହିବି କହ’ ସିରିଏଲ୍ରେ ଅଭିନୟ କରିଥିଲେ

ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୂର୍ବତନ ବନ୍ଧୁ ରାଜା । ତାଙ୍କ ନାମ ନିଜ ହାତରେ ରଶ୍ମିରେଖା ଟାଟୁ କରାଇଥିଲେ । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।