କନକ ବ୍ୟୁରୋ: ପାରାଦୀପ- କୋଣାର୍କ ମଝି ସମୁଦ୍ରରେ ଠାବ ହେଲା ସନ୍ଦିଗ୍ଧ ପାରା । ମଝି ସମୁଦ୍ରରେ ଏକ ଟ୍ରଲରରୁ ଏହି ପାରାକୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ବଡକଥା ହେଲା, ପାରା ଗୋଡରେ ଲାଗିଛି କ୍ୟାମେରା ଓ ଚିପ୍ । ପାରା ଡେଣାରେ ବିଦେଶୀ ଭାଷାରେ କିଛି ଲେଖାଯାଇଛି । ସମ୍ପୃକ୍ତ ଭାଷାକୁ ପଢିବା ସମ୍ଭବ ହୋଇନଥିଲାବେଳେ ଏହାର ପରୀକ୍ଷା କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସ. ପି ।
କୋଣାର୍କ ନିକଟରେ ଯାଉଥିବା ଏକ ଟ୍ରଲର ମାଛ ଧରୁଥିବାବେଳେ ଟ୍ରଲରରେ ବସିପଡିଥିଲା ଏହି ପାରା । ମତ୍ସ୍ୟଜୀବୀ ପାରାଟିକୁ ଉଦ୍ଧାର କରି ମେରାଇନ ଥାନାକୁ ହସ୍ତାନ୍ତର କରିଛନ୍ତି ମତ୍ସଜୀବୀ । ପାରାଟି ଗୋଡରେ କ୍ୟାମେରା ଓ ଢେଣାରେ ବିଦେଶୀ ଭାଷା ଲେଖାଯାଇଥିବାରୁ ଏହା ଗୁପ୍ତଚର ପାରା ବୋଲି ଆଶଙ୍କା କରାଯାଉଛି । ପାରା ଗୋଡରେ ଲାଗିଥିବା ଡିଭାଇସର ପରୀକ୍ଷା କରାଯିବ ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଜଗତସିଂପୁର ଏସ ପି ରାହୁଲ ପି ଆର ।
Follow Us