କଟକ ଏସସିବିରୁ କରୋନା ସନ୍ଦିଗ୍ଧ ନିଖୋଜ ! ସୁରକ୍ଷାକର୍ମୀଙ୍କ ନିୟୋଜିତ ସତ୍ତେ୍ୱ କେମିତି ଚମ୍ପଟ୍ ମାରିଲେ ଏସସିବିରେ ତନାଘନା ।

748

କନକ ବ୍ୟୁରୋ: କଟକ ଏସସିବିରୁ କରୋନା ସନ୍ଦିଗ୍ଧ ଯୁବକ ଚମ୍ପଟ୍ ମାରିଥିବା ସୂଚନା । ଗତ କାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ସେ ଏସସିବିର ଆଇସୋଲେସନ୍ ୱାର୍ଡ ରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି । ଅନ୍ୟପଟେ ଏନେଇ କଟକ ଏସସିବି କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ସୁରକ୍ଷାକର୍ମୀ ନିୟୋଜିତ ପରେ ବି କେମିତି ଚମ୍ପଟ୍ ମାରିଲେ କରୋନା ସନ୍ଦିଗ୍ଧ ସେନେଇ ଏସସିବିରେ ତନାଘନା ।

ଅନ୍ୟପଟେ ସନ୍ଦିଗ୍ଧଙ୍କ ନିଖୋଜ ନେଇ ମଙ୍ଗଳାବାଗ ଥାନାକୁ ଏସସିବି କର୍ତ୍ତୁପକ୍ଷ ଜଣାଇଥିବା ସୂଚନା ମିଳିଛି । ଏହାପରେ କରୋନା ସନ୍ଦିଗ୍ଧ ଯୁବକ କେମିତି ଚମ୍ପଟ୍ ମାରିଲେ ସୁରକ୍ଷା କର୍ମୀଙ୍କୁ ପଚରାଉଚୁରା କରୁଛି ପୋଲିସ୍ । ଗତ ୩ ଦିନ ପୂର୍ବେ ସିଙ୍ଗାପୁରରୁ ଫେରିଥିବା ଦମ୍ପତିଙ୍କୁ ମଧ୍ୟ ପାରାଦୀପ ବନ୍ଦରରୁ କରୋନା ସନ୍ଦେହରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏବଂ ସେମାନଙ୍କୁ ଆଇସୋଲେସନ୍ ୱାର୍ଡରେ କଡ଼ା ନଜରରେ ରହିଛନ୍ତି ।

ଏପଟେ ବର୍ତ୍ତମାନ ସାରା କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ଚୀନ୍ ର ଏହି ଭାଇରସ୍ ଯେଉଁଭଳି ଓଡ଼ିଶାରେ ନବ୍ୟାପୁ ସେନେଇ ପୂରା ସଚେତନ ଅଛନ୍ତି ରାଜ୍ୟ ସରକାର । ତେଣୁ ବାହାରୁ ଆସୁଥିବା ସମସ୍ତଙ୍କୁ ତନତନ କରି ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଞ୍ଚ କରୁଛନ୍ତି । ହେଲେ ବର୍ତ୍ତମାନ କଟକ ଏସସିବିରୁ କରୋନା ସନ୍ଦିଗ୍ଧ ନିଖୋଜ ପରେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଯାଇଛି ।