ପୁଲୱାମା ଆତଙ୍କୀ ଆକ୍ରମଣ ପରି ରଚାଯାଇଥିଲା ଷଡଯନ୍ତ୍ର ! ସେନା ଗାଡିରେ ବିସ୍ଫୋରଣ କରିବା ପାଇଁ ଫୋନରେ ମିଳିଥିଲା ନିର୍ଦ୍ଦେଶ, ସତ ମାନିଲା ଆତଙ୍କବାଦୀ ।

278

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣ ପରି ରଚାଯାଇଥିଲା ଷଡଯନ୍ତ୍ର । ସେନାର ପାଟ୍ରୋଲିଂ ଗାଡି ସହ ଧକ୍କା ପରେ ବଡ ଧରଣର ବିସ୍ଫୋରଣ ନେଇ କ୍ୟାମେରା ସମ୍ମୁଖରେ ଦୋଷ ସ୍ୱିକାର କରିଛି ଆତଙ୍କବାଦୀ । ଶନିବାର ଦିନ ଜମ୍ମୁଶ୍ରୀନଗର ବନିହାଲ ଟନେଲ ନିକଟରେ ସେନା ଗାଡି ସହ ଧକ୍କା ହେବା ପରେ ବିସ୍ଫୋରଣ ହୋଇଥିଲା ସାଂଟ୍ରୋ କାର । ଏହି ଘଟଣାର ୩୬ଘଂଟା ଭିତରେ ଘଟଣା ଭିଆଇଥିବା ଆତଙ୍କବାଦୀକୁ ଗିରଫ କରିଛି ପୁଲିସ । ଏବଂ କ୍ୟାମେରା ସାମ୍ନାରେ ଷଡଯନ୍ତ୍ର କଥା କହିଛି ଆତଙ୍କବାଦୀ ।

କ୍ୟାମେରା ସାମ୍ନାରେ ଦୋଷ ସ୍ୱିକାର କଲା ଅଭିଯୁକ୍ତ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରି ରଚାଯାଇଥିଲା ଷଡଯନ୍ତ୍ର । ଟାର୍ଗେଟରେ ଥିଲା ସିଆରପିଏଫ ଗାଡି । ଗିରଫ ହୋଇଥିବା ଆତଙ୍କବାଦୀ ଜଣକ ଓୱେସ ଆମିନ ଏହି ଷଡଯନ୍ତ୍ରର ଖୁଲାସା କରିଛି । କାରକୁ ବିସ୍ଫୋରଣ କରି ଉଡାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛି ଓୱେସ ଆମିନ୍ । ଏବଂ ବିସ୍ଫୋରଣ ସମୟରେ ସେ କାରରେ ଏକୁଟିଆ ଥିଲା  ତେବେ ପ୍ରଥମ ବିସ୍ଫୋରଣ କରି ସେ କାରକୁ ଡେଇଁ ଖସି ପଳାଇଥିବା ସ୍ୱିକାର କରିଛି ଓୱେସ ଆମିନ୍ । ଏହାସହ ସେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ବୋଲି ଜଣାପଡିଛି ।

ଜମ୍ମୁଶ୍ରୀନଗର ବନିହାଲ ଟନେଲ ନିକଟରେ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଗାଡି ଯାଉଥିବା ବେଳେ ଏହି କାର ବିସ୍ଫୋରଣ କରିବା ପାଇଁ ଯୋଜନା କରାଯାଇଥିଲା । ତେବେ କାରରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ଆତଙ୍କୀ  । ଏହି କାରରୁ ଆଇଡି, ୫୦ଜେଲାଟିନ ଷ୍ଟିକ, ବିଭିନ୍ନ କେମିକାଲ, ଏଲପିଜି ସିଲିଣ୍ଡର ଓ ପେଟ୍ରୋଲ ଜବତ କରାଯାଇଥିଲା । ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଲୁଚି ରହିଥିଲା ଓୱେସ ଆମିନ୍ । ଦୀର୍ଘ ସମୟ ଧରି ଲୁଚି ରହିବା ପରେ ସେ ରାଜରାସ୍ତାକୁ ଆସି ଘାଟି ଆଡକୁ ଅଗ୍ରସର ହେଉଥିବା ସମୟରେ ରାମବାଣରୁ ପୁଲିସ ତାକୁ ଗିରଫ କରିଥିଲା । ଏନେଇ ସୂଚନା ଦେଇଛନ୍ତି ଜମ୍ମୁକଶ୍ମୀର ପୁଲିସ ଡିଜି ।

ଶନିବାର ଦିନ ଜମ୍ମୁ-ଶ୍ରୀନଗର ବନିହାଲ ଟନେଲ ନିକଟରେ କାର ବିସ୍ଫୋରଣ ହୋଇଥିଲା  । ସିଆରପିଏଫ ଯବାନମାନଙ୍କୁ ନେଇ ଗାଡିଗୁଡିକ ଯାଉଥିବା ସମୟରେ ଏକ ସେଂଟ୍ରୋ କାରରେ ବିସ୍ଫୋରଣ ଘଟିଥିଲା  । କାର ବିସ୍ଫୋରଣ ଦ୍ୱାରା ପୁଣି ଥରେ ପୁଲୱାମା ଆତଙ୍କବାଦୀ ହାମଲାକୁ ଦୋହରାଇବାକୁ ଉଦ୍ୟମ କରିଥିଲେ ଆତଙ୍କବାଦୀ  । କିନ୍ତୁ ହଠାତ  ଶେଷ ସମୟରେ ଆତଙ୍କୀ ତାର ପ୍ଲାନ ବଦଳାଇଥିଲେ  । ଆଉ ବିସ୍ଫୋଟକରେ ଭରପୁର ରହିଥିବା କାର ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା  । ଏହି ମାମଲାରେ ଯାଂଚ କରୁଥିବା ଜମ୍ମୁକାଶ୍ମୀର ପୁଲିସକୁ ସୁଇସାଇଡ ନୋଟ ମିଳିଥିଲା  । ଏଥିରେ ଆତଙ୍କବାଦୀ ଓୱେସି ତାର ନାଁ ମଧ୍ୟ ଉଲ୍ଲେଖ କରିଥିଲା । ।