କୁନି ଝିଅକୁ ସାହା ହେଲା ଶୁଶୃତ ହସ୍ପିଟାଲ । ସଫଳ ହେଲା ଡଃ. ଅକ୍ଷୟ ରାଉତ ପ୍ଲାଷ୍ଟିକ ସର୍ଜନଙ୍କ ଦ୍ଵାରା ବିରଳ ଅସ୍ତ୍ରୋପଚାର

40

କନକ ବ୍ୟୁରୋ : ବିଚିତ୍ର ଏ ଦୁନିଆ ନିସ୍କପଟ, ନିସ୍ପାପ କଅଁଳିଆ ବୟସରୁ ଆଜି ପର୍ୟ୍ୟନ୍ତ ଲୋକଙ୍କ ଟାହି ଟାପରା ଏବଂ ଦୁଃଖ, କଷ୍ଟ ଯନ୍ତ୍ରଣାରେ କାଳ କାଟୁଥିବା ନିରିହ ଗରିବ ଝିଅ ଟିଏ । ୪ବର୍ଷର ହୋଇଥିଲା ଶୀତ ଦିନେ ନିଆଁରେ ସେକି ହେଉଥିବା ଅବସ୍ଥାରେ ଦୁର୍ଭାଗ୍ୟବସତ ଦେହରେ ନିଆଁପଡ଼ି ପୋଡି ହୋଇଯାଇଥିଲା । ବାପା ମା ଛେଉଣ୍ଡ ୪ ବର୍ଷର କଅଁଳ ଶିଶୁଟି ଦେହର ୭୦ ଭାଗ ଜଳିଯାଇ ଆଜି ଅଖିଆ ଅପିଆରେ ଜିବନ କାଟୁଛି । ସ୍ଵର୍ଗବାସୀ ପିତା ପୁରୁଷୋତ୍ତମ ସିଂ ଓ ମା ସାବିତ୍ରୀ ସିଂଙ୍କ ତୃତୀୟ କନ୍ୟା ସନ୍ତାନ ଝିଲି ସିଂ । ପରିବାର ରେ ଆଉ ଦୁଇଭାଇ ଓ ଚାରି ଭଉଣି ମଧ୍ୟରେ ଝିଲି ସିଂ ହେଉଛି ତୃତୀୟ କନ୍ୟା । ଅର୍ଥ ଅଭାବରୁ ଜିବନ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ବାଲେଶ୍ଵର ଅଞ୍ଚଳ ର ଜଣେ ସହୃଦୟବାନ ବ୍ୟକ୍ତି ଏବଂ ସ୍ଵେଛାସେବକ ସନ୍ତୋଷ କୁମାର ଖଟୁଆ ଦେବଦୁତ ସାଜି ଆଗେଇ ଆସିଥିଲେ।
ବାଲେଶ୍ଵର ଜିଲ୍ଲା ଅଧିନସ୍ତ ନିଳଗିରି ବ୍ଳକର ସିଆଳ ଘାଟି ଗ୍ରାମର ଏହି ନିସ୍ପାପ ଆଦିବାସି ଝିଅଟିକୁ କୋଳେଇ ନେଲେ ସନ୍ତୋଷ ଖଟୁଆ । ତାଙ୍କ ପିଲା ଦିନର ବନ୍ଧୁ ଡଃ. ଅକ୍ଷୟ କୁମାର ରାଉତ ଙ୍କୁ ସାହାଯ୍ୟ ମାଗି ଝିଅଟିର ପୁର୍ବ ଅବସ୍ଥାକୁ ଫେରାଇଦେବା ପାଇଁ ନିବେଦନ କଲେ । ଝିଅ ଟିର ଦୁଃଖ ଦୁର୍ଦ୍ଦଶା ଦେଖି ଡଃ.ଅକ୍ଷୟ କୁମାର ରାଉତଙ୍କ ହୃଦୟ ତରଳି ଉଠିଲା ଶେଷରେ ସେ ନିଜ ହାତରେ ଗଢି ତୋଳିଥିବା ଶୁଶୃତ ହସ୍ପିଟାଲ ଏଣ୍ଡ ଟ୍ରମା କେୟାରରେ ଝିଅଟିର ଅସ୍ରୋପଚାର ଦ୍ଵାରା ପୁର୍ବ ଅବସ୍ଥାକୁ ଫେରାଇବା ପାଇଁ ପ୍ରତିଶୃତି ଦେଲେ । ଝିଅଟିର ସରଳ ହୃଦୟ ଓ ନିହାତି ଗରିବ ଆଦିବାସି ପରିବାରର ହୋଇଥିବାରୁ ତାକୁ ବିନା ଅର୍ଥରେ ଅସ୍ରୋପଚାର କରି ସମସ୍ତଙ୍କ ଆଗରେ ମହାନତା ଅର୍ଜନ କରିଛନ୍ତି । ଶୁଶୃତ ହସ୍ପିଟାଲର ଡିରେକ୍ଟର ଡଃ. ଚିଦାତ୍ମିକା ଖଟୁଆ ଯିଏକି ଆଦିବାସୀ ମାନଙ୍କ ପାଇଁ କାର୍ୟ୍ୟ କରିଆସୁଛନ୍ତି ଏ ସମସ୍ତ ଅସ୍ତ୍ରୋପଚାରକୁ ସ୍ୱଚାର ରୂପେ ସହଯୋଗ କରିଥିଲେ