ଚାନ୍ଦିପୁରର ଆରାଧନାଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ : ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ବାଲେଶ୍ବର ଝିଅ

Advertisment
ଚାନ୍ଦିପୁରର ଆରାଧନାଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ : ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ବାଲେଶ୍ବର ଝିଅ

କନକ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଅଂଚଳର ଶ୍ରୀକୋଣା ଗ୍ରାମର ପିତା ରାଧାକାନ୍ତ ରାଉଳ ଏବଂ ପତ୍ନୀ ରେଣୁବାଳାଙ୍କର ଏକମାତ୍ର କନ୍ୟା ସୁଶ୍ରୀ ଆରାଧନା ଚଳିତବର୍ଷ ସିବିଏସ୍ଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୯ ପ୍ରତିଶତ ନମ୍ବର ରଖିଥିଲେ। ଏଥିସହିତ, ସେ ନିକଟରେ ଜାତୀୟସ୍ତରରେ ସର୍ବୋଚ୍ଚ ଟ୍ୟାଲେଣ୍ଟ କମ୍ପିଟିସନ, ନ୍ୟାସନାଲ ଟ୍ୟାଲେଣ୍ଟ୍ ସର୍ଚ୍ଚ ପରୀକ୍ଷାରେ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି।

ତାଙ୍କର ବହୁମୁଖୀ ପ୍ରତିଭା ପାଇଁ କେନ୍ଦ୍ର ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବାପାମା’ଙ୍କ ସହ ସାଧାରଣତନ୍ତ୍ର ପରେଡ଼ ଦେଖିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ ବାଲେଶ୍ବର ଷ୍ଟେସନରୁ ଦୂରନ୍ତ ଏକ୍ସପ୍ରେସରେ ଦିଲ୍ଲୀ ଯାତ୍ରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe