ଅଲଗା ହେବେ କି ଚାରୁ ଏବଂ ରାଜୀବ ? ଇନଷ୍ଟାଗ୍ରାମରୁ ଡିଲିଟ୍ କଲେ ସ୍ୱାମୀଙ୍କର ସବୁ ଫଟୋ

165

କନକ ବ୍ୟୁରୋ : ଅଲଗା ହେବେ କି ଚାରୁ ଏବଂ ରାଜୀବ ? ୨୦୧୯ରେ ଟେଲି କଳାକାର ରାଜୀବ ସେନ୍ ଏବଂ ଚାରୁ ଆସପୋଙ୍କ ଧୁମଧାମରେ ବିବାହ ହୋଇଥିଲା । ରାଜୀବ ହେଉଛନ୍ତି ସିନେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସାନ ଭାଇ । ଏହା ସହିତ ସେ ଜଣେ ଭଲ ମଡେଲର ମଧ୍ୟ । ଅଧିକାଂଶ ସମୟ ସେ ଖବରର ଶୀର୍ଷରେ ରହିଥାନ୍ତି । ତାଲାବନ୍ଦ ସମୟରେ ପତ୍ନୀଙ୍କ ସହ ମନୋମାଳିନ୍ୟ କାରଣରୁ ରୀତିମତ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଉଭୟ ରାଜୀବ ଏବଂ ଚାରୁ ଏ ବିଷୟରେ ସେତେବେଳେ ମୁହଁ ଖୋଲିନଥିଲେ ।

ତେବେ ଏହି ଘଟଣା ପରେ ସେମାନଙ୍କର ଆପୋଷ ବୁଝାମଣା ହୋଇଥିଲା । ପରେ ସେମାନେ ପୁଣି ଏକାଠି ହୋଇଥିଲେ । ୨୦୨୧ରେ ସେମାନଙ୍କର ଝିଅଟିଏ ଜନ୍ମ ହୋଇଥିଲା । ସବୁକିଛି ଠିକ୍ ଠାକ୍ ପରେ ଏବେ ପୁଣି ଦୁହିଁଙ୍କ ଦାମ୍ପତ୍ୟ କଳହ ଆରମ୍ଭ ହୋଇଛି । ଶୁଣିବାକୁ ମିଳୁଛି ସେମାନେ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି । ଏହା ଭିତରେ ଚାରୁ ରାଗି କରି ତାଙ୍କ ଇନଷ୍ଟାଗ୍ରାମରୁ ସ୍ୱାମୀ ରାଜୀବଙ୍କର ସବୁ ଫଟୋ ଡିଲିଟ୍ କରିଦେଇଛନ୍ତି । ପୁରା ସେନ୍ ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ।