କନକ ବ୍ୟୁରୋ : ଉତ୍କଳ ଦିବସରେ ରିଲିଜ ହୋଇଛି କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଓଡିଆ ଗୀତ । ଓଡିଆ ପରଂପରା ଓ ସଂସ୍କୃତିକୁ ବିନ୍ଦାସ ଢଂଗରେ ପରିବେଷଣ କରିଛନ୍ତି ସୁସ୍ମିତା । ଓଡିଆର ମନର କଥା, ବୀରତ୍ୱର କାହାଣୀକୁ ଏହି ଗୀତରେ ସୁନ୍ଦର ଭାବରେ ସଜାଯାଇଛି । ଏହି ଗୀତରେ ସୁସ୍ମିତାଙ୍କ ସହ ସଂଗୀତ ନିର୍ଦେଶକ ବିଭୁତି ଭୁଷଣ ଗଡନାୟକ, ଭରଦ୍ୱାଜ ପଣ୍ଡା, ରୁଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ କଣ୍ଠଦାନ କରିଛନ୍ତି । ବିଶେଷ କରି ପାରଂପରିକ ସଂଗୀତ ଧୁନରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ଉତ୍କଳକୁ ଏକାଠି କରିବାରେ ମଧୁବାବୁଙ୍କ ତ୍ୟାଗ,ଫକୀର ମୋହନଙ୍କ ଅବଦାନକୁ ସେ ଏହି ନୂଆ ଗୀତ ମାଧ୍ୟମରେ ଆବୃତି କରିଛନ୍ତି ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-01-16h38m11s656.png)