ପାକିସ୍ତାନର ସିନ୍ଧୁ ପ୍ରଦେଶରେ ହିନ୍ଦୁ ସଂପ୍ରଦାୟର ଦୁଇ ଭଉଣୀଙ୍କୁ ଅପହରଣ କରି ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ବିବାହ ମାମଲା ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗରେ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତୀୟ ହାଇକମିସନରଙ୍କ ସହ ଆଲୋଚନା କରି ଆଜି ଏ ବାବଦରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ ନେଇ ଇମ୍ରାନ ଖାନ୍ ସରକାର ପୁଣି ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇଛନ୍ତି। ଇମ୍ରାନ୍ ସରକାରଙ୍କ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ, ଏହା ପାକିସ୍ତାନର ଆଭ୍ୟନ୍ତରୀଣ ମାମଲା ଏବଂ ପାକିସ୍ତାନ ସରକାର ନିଜ ଆଡ଼ୁ କୌଣସି ରିପୋର୍ଟ ଦେବେନାହିଁ।
ପାକିସ୍ତାନ ମୋଦୀଙ୍କ ଭାରତ ନୁହେଁ ଏବଂ ଏଠାରେ ସଂଖ୍ୟାଲଘୁଙ୍କୁ ନିର୍ଯ୍ୟାତନା ଦିଆଯାଏ ନାହିଁ ବୋଲି ସେ କହିଛନ୍ତି । ଇମ୍ରାନ୍ ଖାନଙ୍କ ନୂଆ ପାକିସ୍ତାନ ସଂଖ୍ୟାଲଘୁଙ୍କ ପାଇଁ ଯେଭଳି ନୀତି ଧରିଛି ଭାରତ ମଧ୍ୟ ସେଭଳି ନୀତି ଧରିବାକୁ ଫୱାଦ ଟ୍ବିଟ୍ କରି କହିଛନ୍ତି। ପାକ୍ ମନ୍ତ୍ରୀଙ୍କ ଟ୍ବିଟର ଜବାବରେ ସୁଷମା କହିଛନ୍ତି ଯ, ପାକିସ୍ତାନରେ ଦୁଇ ହିନ୍ଦୁ ଭଉଣୀଙ୍କ କ୍ଷେତ୍ରରେ ଘଟିଥିବା ଅନ୍ୟାୟ ସଂପର୍କରେ ମୁଁ କେବଳ ହାଇକମିସନରଙ୍କୁ ରିପୋର୍ଟ ମାଗିଛି। ଏଥିରେ ଆପଣ ଅନାବଶ୍ୟକ ବୟାନ ଦେଉଥିବାରୁ ସତ୍ୟ କ’ଣ ତାହା ଜଣାପଡ଼ୁଛି ବୋଲି ସୁଷମା କହିଛନ୍ତି। ସିନ୍ଧୁ ପ୍ରଦେଶରେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ ମାମଲା ସଂପୃକ୍ତ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/FotoJet_1.jpg)
/kanak/media/post_attachments/wp-content/uploads/2019/03/483790_38814320-300x200.jpg)