କନକ ବ୍ୟୁରୋ : ପାକିସ୍ତାନ ଯେପର୍ଯ୍ୟନ୍ତ ନିଜ ମାଟିରେ ଆତଙ୍କବାଦୀଙ୍କୁ ସହାୟତା ଦେଉଥିବ ସେ ପର୍ଯ୍ୟନ୍ତ ଆମେ କୌଣସି ଆଲୋଚନା କରିବା ସମ୍ଭବ ନୁହେଁ । ଏପରି ରୋକଠୋକ କଥା ଶୁଣାଇ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ ଆତଙ୍କବାଦ ଏବଂ ଆଉ ଗୋଟିଏ ପଟେ କଥାବାର୍ତା କେବେ ବି ସମ୍ଭବ ନୁହେଁ । ଯଦି ଇମ୍ରାନ ଖାନ ଏତେ ଉଦାର ତେବେ ଭାରତକୁ ମାସୁଦ ଆଜହରକୁ ହସ୍ତାନ୍ତର କରିବା ପାଇଁ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି ସୁଷମା । ଏହାସହ ସେ ଆହୁରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇ ଓ ସେନାକୁ ନିଜ ନିୟନ୍ତ୍ରଣରେ ରଖୁ ।
କାରଣ ପାକିସ୍ତାନ ସେନା ହିଁ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରୁଛି । ଏହାସହ ସୁଷମା କହିଛନ୍ତି ଯେ, ଆମେ ଆତଙ୍କବାଦୀ ସମ୍ପର୍କରେ ଆଲୋଚନା କରିବା ପାଇଁ ଚାହୁଁନାହୁଁ ବରଂ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଚାହୁଁ ବୋଲି ସିଧାସିଧା କହିଛନ୍ତି ସୁଷମା । ସୁଷମା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଏକା ସମୟରେ ଆତଙ୍କବାଦ ଓ ଆଲୋଚନା ଚାଲି ପାରିବନି । ଭାରତ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଓ ଆତଙ୍କବାଦକୁ ନିପାତ କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ବୋଲି ସୁଷମା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/sushma_swaraj_750_1552532126_618x347.jpeg)